(ଓମ୍ ପ୍ରକାଶ ମିଶ୍ର /ସୋନପୁର): କଲୋନୀରେ ଚାଲିଛି ଦେହ ବ୍ୟବସାୟ । ଥାନାର ଦ୍ୱାରସ୍ତ ହେଲେ କଲୋନୀର ମହିଳା । ଏଭଳି ଅଭିଯୋଗ ଆସିଛି ସୋନପୁର ଜିଲ୍ଲା ସଦର ମହକୁମାର ସ୍ପିନିଂ ମିଲର ପଛପଟରେ ଥିବା ଏଫ କଲୋନିରେ । ଦିର୍ଘଦିନରୁ ଦେହ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ କଲୋନୀବାସୀ ମୁହଁ ଖୋଲିଲେ ଧମକ ଚମକ ମିଳୁଛି ଦେହ ବ୍ୟବସାୟ ଲୋକଙ୍କଠାରୁ । ଏଣୁ କଲୋନୀରେ ରହୁଥିବା ମହିଳାମାନେ ଏହାକୁ ବିରୋଧ କରି ସୋନପୁର ଟାଉନ ଥାନାର ଦ୍ୱାରାସ୍ତ ହେବା ସହ ଏକ ଲିଖିତ ଅଭିଯୋଗ କରିଛନ୍ତି ।