(ନୟାଗଡ) : କଲେଜ ସାମ୍ନାରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରିଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଛାତ୍ର ଛାତ୍ରୀଙ୍କ ବୋକ୍ଷୋଭ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ ରଘୁନାଥ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ।ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ ରଘୁନାଥ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଦୁଇ କଲେଜ ଛାତ୍ରୀ ସାଇକେଲ ରେ କଲେଜ ଯାଉଥିଲେ । ସେହି ସମୟରେ କିଛି ଅଜଣା ଦୁର୍ବୃତ୍ତ ଏକ ନମ୍ବର ନଥିବା କାରରେ ଆସି ଦୁଇ ଛାତ୬ୀଙ୍କୁ ଉଠାଇନେଇଥିଲେ । ତେବେ ଅପହରଣ ହୋଇଥିବା ଦୁଇ କଲେଜ ଛାତ୍ରୀ ହେଲେ ଗଣିଆ କଲେଜର ଯୁକ୍ତ ୩ ଛାତ୍ରୀ ଗାୟତ୍ରୀ ବେହେରା ଓ ସୁଜାତା ମୁଦୁଲି । ଅନ୍ୟପଟେ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଥିବା ବେଳେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଅପହରଣକୁ ବହୁ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ । ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ ସହ ଛାତ୍ରୀଙ୍କୁ ଉଦ୍ଧାର ଦାବିରେ ଗଣିଆ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ ।