ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ, କଲା ଏମ ଇ ସ୍କୁଲ ଖେଳ ପଡ଼ିଆରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଇଗ୍ ନୋ ନୂଆ ଦିଲ୍ଲୀର ପୂର୍ବତନ ଭାଇସ୍ ଚାନ୍ସେଲର ଗୋପୀ ନାଥ ପ୍ରଧାନ ଯୋଗ ଦେଇଥିଲେ । ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟନ ପାଣି, ଜିଲ୍ଲା ପରିଷଦ ଗୀତାଞ୍ଜଳି ପାଣି, ପ୍ରଦୀପ ପ୍ରଧାନ, ଶାନ୍ତନୁ ପ୍ରଧାନ,ଓ ଡକ୍ଟର ରତନ ଦଳବେହେରା ପ୍ରମୁଖ ଏହି ଉତ୍ସବ ରେ ଯୋଗ ଦେଇଥିଲେ। ଜାତୀୟ ପତାକା ଉତ୍ତଳନ ଓ ପ୍ୟାରେଡ ସହ ସାଂସ୍କୃତିକ କର୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଯାହା ସ୍ଥାନୀୟ ଜନ ସାଧରଙ୍କୁ ଖୁବ୍ ଆନନ୍ଦିତ କରିଥିଲା। ଏହି ସାଧାରଣ ତନ୍ତ୍ର ଦିବସରେ ୧୬ଟି ସ୍କୁଲ ଓ କଲେଜ୍ ର ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ ହୋଇଥିଲା ।