(ଚେନ୍ନାଇ) : ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । ବର୍ଷ ବର୍ଷ ଧରି ହନ୍ତସ୍ନ୍ ହେଲେଣି ଲୋକେ । ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି । ଯଅହାକୁ ନେଇ ମଧ୍ୟ ଲୋକେ ଭୟବିତ । ଆଉ ଏହି ଭୟ ଅନେକଙ୍କଜୀବନ ମଧ୍ୟ ନେଉଛି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ତାମିନାଡୁର ମଦୁରାଇରେ । କରୋନା ସଂକ୍ରମଣ ଭୟରେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ୫ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଯାଇଥିବା ବେଳେ ମା ପୁଅ ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ତାମିଲନାଡୁ ମଦୁରାଇରେ ରହୁଥିବା ଲକ୍ଷ୍ମୀ(୨୩) ଡିସେମ୍ବର ମାସରେ ତାଙ୍କ ସ୍ବାମୀ ନାଗରାଜଙ୍କୁ ହରାଇଥିଲେ।ସ୍ୱାମୀଙ୍କ ମୃତ୍ୟୁ ପରେ ଲକ୍ଷ୍ମୀଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା। ତେଣୁ ତାଙ୍କ ଝିଅ ଜ୍ୟୋତିକା ଆସି ତାଙ୍କ ମାଆଙ୍କ ପାଖରେ ରହୁଥିଲେ। ନିକଟରେ ସେ କୋଭିଡ ପଜିଟିଭ୍ ଥିବା ଜଣାପଡିଲା। ତାଙ୍କଠୁ ସଂକ୍ରମଣ ବ୍ୟାପିବା ଭୟରେ ସେ ବିଷ ପଇବା ସହ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ବିଷ ଦେଇଥିଲେ। ଏନେଇ ପଡୋଶୀ ପୋଲିସ୍କୁ ଖବର ଦେବା ପରେ ପୋଲିସ ଲକ୍ଷ୍ମୀଙ୍କ ଘରକୁ ପହଞ୍ଚିଥିଲା। ପୋଲିସ୍ ପରିବାରର ୫ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା। ହସ୍ପିଟାଲରେ ପହଞ୍ଚିବା ବେଳକୁ ଜ୍ୟୋତିକା ଏବଂ ତାଙ୍କ ୩ବର୍ଷର ପୁଅ ପ୍ରାଣ ହରାଇ ସାରିଥିବା ବେଳେ ଅନ୍ୟ ୩ ସଦସ୍ୟ ସୁସ୍ଥ ଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।କୋଭିଡ୍ ସଂକ୍ରଣମ ବ୍ୟାପିବା ଭୟରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ୍ କହିଛି।