(ଦୀପକ ମିଶ୍ର /ଉଦଳା): ଆସୁଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା । ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ପୂଜାର ମାହୋଲ ଆଉ ଦେଖିବାକୁ ମିଳିବନି । କରୋନା ଯୋଗୁଁ ପ୍ରଭାବିତ ହେବ ପୂଜା ଆଡମ୍ବର ।
ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ଦୁର୍ଗା ପୂଜା । ଦୁର୍ଗା ପୂଜା ଆଗକୁ ଥିବା ବେଳେ କରୋନା ମାଡ଼ ଯୋଗୁ କା ଭାଁ ମୂର୍ତ୍ତି ତିଆରି କାମରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ସେମାନଙ୍କର ରଙ୍ଗ ଓ ତୁଳି ମାଧ୍ୟମରେ ମାଆ ଦୁର୍ଗାଙ୍କୁ ଜୀବନ୍ତ ସ୍ପର୍ଶ ଦେଉଛନ୍ତି । ମୂର୍ତ୍ତି କାରିଗରଙ୍କ କହିବାନୁଯାଇ ସରକାରଙ୍କ ନିୟମ ଅନୁଯାୟୀ ମୂର୍ତ୍ତି ତିଆରି କରିବାକୁ ପଡୁଥିବା ବେଳେ ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡିଥିବା କଥା କହିଛନ୍ତି । ତେବେ କରନା ଯୋଗୁଁ ମୂର୍ତ୍ତି କାରିଗର ମାନେ ଅନ୍ୟ ଜିଲ୍ଲାକୁ ଆଉ ମୂର୍ତ୍ତି ତିଆରି ପାଇଁ ଯାଇପାରୁନଥିବା କଥା ପ୍ରକାଶ କରିଛନ୍ତି ।
ପୂର୍ଵ ବର୍ଷ ଅପେକ୍ଷା ଏ ବର୍ଷ କରୋନା ମୂର୍ତ୍ତି କାରିଗର ମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଜୀବନ ଜୀବିକା ଉପରେ ସେମାନଙ୍କର ବିଶେଷ ପ୍ରଭାବ ପଡିଛି । ତେବେ ସେମାନଙ୍କର ନିଜର କୌଳିକ ବୃତ୍ତି ଯୋଗୁ ମୂର୍ତ୍ତି ତିଆରି କରିବାର ନିଶାକୁ ଆପଣାଇ ନେଇଛନ୍ତି । ମୂର୍ତ୍ତି କାରିଗରଙ୍କ କହିବାନୁଯାଇ ଆଗକୁ ଲଷ୍ମୀ ଓ କାଳୀ ପୂଜା ଥିବା ବେଳେ ସେମାନଙ୍କର ପରିବାର ପ୍ରତିପୋଷଣ କିପରି କରିବେ ତାହା ଏବେ ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।