ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଅତି ସଂଗୀନ ଆଡକୁ ଗତିକରୁଛି । ଏହି ସଂକ୍ରମଣର ପାରା ପ୍ରାୟ ଏକ ସପ୍ତାହ ବ୍ୟାପୀ ୩ ଲକ୍ଷ ଉପରେ ରହିଛି । ଆଜି ଦେଶରେ ୩,୮୬,୪୫୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୪୯୮ ଜଣ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟର ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ, ଅକ୍ସିଜେନ, ଔଷଧର ଘୋର ଅଭାବ ରହିଛି । ଏହି ଅଭାବ ମଧ୍ୟରେ ଆଖିବୁଜୁଛନ୍ତି ହଜାର ହଜାର ରୋଗୀ । କେତେକ ରାଜ୍ୟରେ ସ୍ଥିତି ଏମିତି ହୋଇଛି କି ଶ୍ମଶାନରେ ଲୋକଙ୍କୁ ମିଳୁନାହିଁ ଜାଗା । ଜୁଇ ଜଳିବାକୁ କୁଢକୁଢ ମୃତଦେହ ଗଦାହୋଇ ରହିଛି ।
କରୋନା ସଂକ୍ରମଣରେ ସଂଘାତିକ ସ୍ଥିତିରେ ରହିଥିବା ରାଜ୍ୟଗୁଡିକ ମଧ୍ୟରେ ପ୍ରଥମ ୧୦ ରାଜ୍ୟରେ ରହିଛି ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁ । ରାଜସ୍ଥାନରେ ସଂକ୍ରଣ ସଂଖ୍ୟା ୧୬୯୫୧୯ ଥିବା ବେଳେ ଉତ୍ତରପ୍ରଦେଶରେ ୩୦୯୨୩୭, ଗୁଜୁରାଟରେ ୧୩୭୭୯୪, ପଶ୍ଚିମବଙ୍ଗରେ ୧୧୦୨୪୧, ମହାରାଷ୍ଟ୍ରରେ ୬୭୨୩୦୨, ଛତିଶଗଡରେ ୧୧୭୯୧୦, କର୍ଣ୍ଣାଟକ ୩୪୯୫୧୫, ଆନ୍ଧ୍ରପ୍ରଦେଶରେ ୧୧୪୧୫୮, କେରଳାରେ ୨୮୪୪୨୪ ଓ ତାମିଲନାଡୁରେ ୧୧୨୫୫୬ ସଂକ୍ରମିତ ଏଯାବତ୍ ଚିହ୍ନଟ ହୋଇଛନ୍ତି