(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କମିଶନରେଟ ପୋଲିସ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଜଣେ କାର୍ଯ୍ୟରତ ପୋଲିସ ଏସ ଆଇ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏସ ଆଇ ଜଣଙ୍କ ବିବାହର ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଦୁଇ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ । ଗର୍ଭବତୀ ହେବା ପରେ ବନ୍ଧୁକ ଦେଖାଇ ଗର୍ଭପାତ କରିଛନ୍ତି । ଅଭିଯୋଗ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଯୁବତୀଙ୍କ ଅଭିଯୋଗାନୁଯାୟୀ, କମିଶନରେଟ ପୋଲିସର ଏସ ଆଇ ରାକେଶ ସହ ଫେସବୁକରେ ପ୍ରଥମେ ଚିହ୍ନା ହୋଇଥିଲା । ଏହା ପରେ ଉଭୟ ଉଭୟଙ୍କୁ ଭେଟି ଥିଲୁ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ହୋଇଥିଲା । କେନ୍ଦ୍ରାପଡାରେ ମୋ ନିଜ ଘରେ ଥିବା ବେଳେ ରାକେଶ ଓ ତାର ଜଣେ ସାଙ୍ଗ ରାତି ୨ଟା ବେଳେ ଘରେ ପହଞ୍ଚି ବିବାହ କରିବାକୁ ପ୍ରସ୍ଥାବ ଦେଇଥିଲେ । ରାକେଶଙ୍କ ପ୍ରସ୍ଥାବରେ ଆମ ଘର ଲୋକ ରାଜି ହୋଇଯାଇଥିଲେ । ତା ପରେ ଆମ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଆଉ ଗର୍ଭବତୀ ମଧ୍ୟ ହୋଇଥିବା ଜାଣିବାକୁ ପାଇଥିଲି । ପରେ ରାକେଶଙ୍କୁ ବିବାହ କରିବାକୁ କହିଥିଲି । ହେଲେ ସେ କହିଥିଲା ପ୍ରଥମ ଥର ପାଇଁ ମେଡିସିନ ଖାଇ ଗର୍ଭନଷ୍ଟ କରିବାକୁ । ମୁଁ ତାଙ୍କ କଥାରେ ରାଜି ନ ହେବାରୁ ମୋତେ ବନ୍ଧୁକ ଦେଖାଇବା ସହ ଅଶ୍ଳିଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରଲ କରିବାକୁ ଧମକ ଦେଉଥିଲେ । ତାଙ୍କ ଧମକରେ ଡରି ଯାଇ ଶେଷରେ ଗର୍ଭନଷ୍ଟ ପାଇଁ ମେଡିସିନ ଖାଇଥିବା କହିଛନ୍ତି ଯୁବତୀ । ଅନ୍ୟପଟେ ଯୁବତୀ ଜଣଙ୍କ କ୍ୟାପିଟାଲ ଥାନାରେ କିଭଳି ଚୋରା ଗାଡି ବ୍ରିକି ହୁଏ ସେ ନେଇ ଘଟଣା ସାମ୍ନାକୁ ଆଣିଛନ୍ତି । ଯୁବତୀ ଜଣଙ୍କ କହିଛନ୍ତି ଯେ, ଆମ ଘର ଲୋକ ଏକ କାର କିଣିବାକୁ କହିଥିଲେ । ଆଉ ରାକେଶ କାନରେ ଗାଡି କିଣିବା କଥା ପଡିବାରୁ ସେ କହିଥଲେ ଯେ, ଆମ ଥାନାରେ ବହୁ ଦାମୀ ଦାମୀ ଗାଡି ଅଛି । ସେଗୁଡିକ ବହୁତ କମ ଦାମରେ ବିକ୍ରି ହେଉଛି । ଆଉ ଏଥିରେ ରାଜି ହୋଇଥିଲେ ଯୁବତୀ ଜଣଙ୍କ । ଏହା ପରେ ରାକେଶ ଓ ତାର ସାଙ୍ଗ ଘରକୁ ଯାଇ ୩ ଲକ୍ଷ ଓ ମୋ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ । ହେଲେ କିଛି ଦିନ ପରେ ଜାଣିବାକୁ ପାଇଲି ଯେ ଥାନାରେ ଗାଡି ଗୁଡିକୁ ଚୋରାରେ ବିକ୍ରି ହେଉଛି । ଏ ନେଇ ରାକେଶକୁ ପଚାରିବାରୁ ସେ କହିଥିଲା ଯେ ଚୋରା ଗାଡି ଘଟଣାରେ ବଳବନ୍ତରାୟ ଓ କ୍ୟାପିଟାଲ ଥାନା ଅଧିକାରୀ ସମ୍ପୃକ୍ତ ଅଛନ୍ତି । ଯାହାର ଅଡିଓ ରେକର୍ଡ ମଧ୍ୟ ରହିଛି । ଏହା ପରେ ଗାଡି ବାବଦକୁ ଦେଇଥିବା ଟଙ୍କା ମାଗିବାରୁ ସେ ମତେ ବିବାହ କରିବା କଥା କହିଥିଲା । ବିବାହ ବାବଦକୁ ଯେଉଁ ଗାଡି ତମ ଘର ଲୋକ ଦେଇଥାନ୍ତେ ସେହି ଟଙ୍କା ନେଇଗଲି । ଏହାପରେ ରାକେଶଙ୍କ ଘର ଲୋକଙ୍କୁ ବିବାହ ପାଇଁ ପ୍ରସ୍ଥାବ ଦିଆଯାଥିଲା । ହେଲେ ତାଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇ ନ ଥିଲେ । ବାଧ୍ୟ ହୋଇ ରାକେଶ ବିରୁଦ୍ଧରେ ମହିଳା ଥାନାରେ ଅଭିଯୋଗ କରିଥିଲି । ରାକେଶ ସହ ତାଙ୍କ ବାପାକୁ ଡକାଇ ଥାନାରେ ବୁଝା ସୁଝା ହୋଇଥିଲା । ଆଉ ରାକେଶ ବିବାହ କରିବାକୁ ରାଜି ହୋଇଥିଲା । ଥାନାରେ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା । ହେଲେ କିଛି ଦିନ ପରେ ଜାଣିବାକୁ ପାଇଲୁ ଯେ ସେ ଥାନାକୁ ଆସୁ ନ ଥିଲେ । ଆଉ ତାଙ୍କ ନମ୍ବର ମଧ୍ୟ ସୁଇଚ ଅଫ ଥିଲା । ଏ ନେଇ ମହିଳା ଥାନା ଅଧିକାରୀଙ୍କୁ ଏହି ବିଷୟରେ ଜଣାଇଥିଲି । ତେବେ ବର୍ତ୍ତମାନ ଆଉ ଥରେ ଗର୍ଭବତୀ ହୋଇଥିବା କଥା ଜାଣିବାକୁ ପାଇଛନ୍ତି ଯୁବତୀ । ନ୍ୟାୟ ପାଇବା ସହ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଆଜି ପୋଲିସ କମିଶନରଙ୍କୁ ଭେଟିବାକୁ ଯାଇ ଅତିରିକ୍ତ ପୋଲିସ କମିଶନରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।