(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆବଶ୍ୟକ ସାମଗ୍ରୀ: ଅଟା-୫ କପ , କଦଳୀ-୨ଟି , ଗୋଟା ଜିରା-ଅଳ୍ପ , ଅଦା ଓ କଞ୍ଚାଲଙ୍କା ବଟା-୧ ଚାମଚ , ଘିଅ-୨ ଚାମଚ ,ତେଲ-ଆବଶ୍ୟକ ପରିମାଣର ଏବଂ ଲୁଣ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, କଦଳୀକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଏଥିରେ ଲୁଣ, ଅଦା, କଞ୍ଚା ଲଙ୍କା ବଟା, ଜିରା, ଘିଅ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଅଳ୍ପ ଅଳ୍ପ ପାଣି ଦେଇ ନରମ ଭାବେ ଅଟା ଚକଟା ପ୍ରସ୍ତୁତ କରନ୍ତୁ। ଚକଟା ଅଟାକୁ କିଛି ସମୟ ରଖି ଏଥିରୁ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ପୁରୀ ଆକାରର କରି ବେଲି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ଅଟାକୁ କଡ଼େଇରେ ପକାଇ ପୁରୀ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବାନାନା ପୁରୀ। ଏହାକୁ ଗରମାଗରମ ଖାଆନ୍ତୁ।