କଦଳୀ ପତ୍ରରେ ପୋଡ଼ା ଚିକେନ

(ରିପୋଟରର୍ସ ଟୁଡ଼େ): ନନ୍ଭେଜ ଖାଇବାକୁ କିଏ ବା ପସନ୍ଦ ନକରେ । ତେଣୁ ବିଭିନ୍ନ ପ୍ରକାର ଡ଼ିସ୍ ପ୍ରସ୍ତୁତ କରି ଖାଇବାକୁ ସମସ୍ତେ ଇଚ୍ଚା ରଖିଥାନ୍ତି । ଆଜି ଆମେ ବନାଇବୁ କଦଳୀପତ୍ର ଚିକେନ । ଯାହା ଖାଇବାକୁ ଭଲ ଲାଗିବ ।
ଆବଶ୍ୟକ ସାମଗ୍ରୀ : ଚିକେନ-୫୦୦ଗ୍ରାମ, ହଳଦି-୨ଚାମଚ, ଲୁଣ-ସ୍ୱାଦନୁଶାରେ, ଗରମ ମସଲା-୧ଚାମଚ, କଞ୍ଚା ଲଙ୍କା-୨ଚାମଚ, ଅଦାରସୁଣ ବଟା-୨ଚାମଚ , ଜିରା ଧନିଆ ବଟା-୩ଚାମଚ, ତେଲ-୪ଚାମଚ, କଦଳି ପତ୍ର-୪ଟି ସୁତା-ବାନ୍ଧିବା ପାଇଁ, ପାଣି-ଅଳ୍ପ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ସେଥିରେ ବଟା ମସଲା, ହଳଦି, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା , ଗୋଟିଏ ଚାମଚ ତେଲ ଦେଇ ଗୋଳାଇ ଦିଅନ୍ତୁ। କିଛି ସମୟ ତାହାକୁ ଛାଡି ଦିଅନ୍ତୁ। ଏହାପରେ କଦଳି ପତ୍ରରେ ତେଲ ମାରି ତା ଉପରେ ଚିକେନ ରଖନ୍ତୁ। ଉକ୍ତ କଦଳି ପତ୍ରକୁ ଭଲ ଭାବେ ଫୋଲଡ୍ କରି ସୁତାରେ ବାନ୍ଧି ଦିଅନ୍ତୁ। ଏହାପରେ ଗ୍ୟାସ୍ରେ ତାୱା ବସାନ୍ତୁ । ତାୱ ଗରମ ହେବା ପରେ ସେଥିରେ ଅଳ୍ପ ତେଲ ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ତେଲ ଉପରେ ରଖି ଦିଅନ୍ତୁ। ପ୍ରାୟ ୧୦ ମିନିଟ୍ ପରେ ତାହାକୁ ଓଲଟାଇ ଦିଅନ୍ତୁ। କିଛି ସମୟ ପରେ ପୁଣି ଓଲଟପାଲଟ କରି ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ନିଆଁରୁ ବାହାର କରି ଦିଅନ୍ତୁ । ଏଥର ଗରମାଗରମ ପରସନ୍ତୁ କଦଳିପତ୍ର ଚିକେନ। ଏହାର ନିଆରା ସ୍ୱାଦ ଆପଣଙ୍କୁ ନିହାତି ପସନ୍ଦ ଆସିବ ।