(ରିପୋଟରର୍ସ ଟୁଡ଼େ ): ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଆପଣ ଅନେକ ପ୍ରକାରର ହାଲୁଆ ଘରେ ବନାଇ ଖାଇଥିବେ । ଆଜି ଆପଣଙ୍କୁ ଏକ ଭିନ୍ନ ଧରଣର କଦଳୀ ଓଟସ ହାଲୁଆର ପ୍ରସ୍ତୁତି ଶିଖାଇବୁ ….
ଆବଶକୀୟ ସାମଗ୍ରୀ : କ୍ଷୀର -୨କପ ,ମିଲକ ଓଟସ -୨କପ,ଘିଅ – ୪ଚାମଚ,ଚିନି – ୧କପ ,କଦଳୀ -୪ଟି ,ଖଜରା – ୧ କପ,ପାଣି -୧ କପ,କାଜୁ ଓ ପିସ୍ତା ବାଦାମ- ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ କଦଳୀର ଚୋପା ବାହାର କରି ତାକୁ ଏକ ପାତ୍ରରେ ଦଳି ପେଷ୍ଟ ଭଳି କରିଦିଅନ୍ତୁ । ଏହା ପରେ ଖଜରାର ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ବର୍ତ୍ତମାନ ଗ୍ୟାସ ଅନ କରନ୍ତୁ । ସେଥିରେ ଏକ କଢେଇ ବସାଇ ଅଳ୍ପ ଘିଅ ପକାଇ ସେଥିରେ ଓଟସ ପକାନ୍ତୁ । ସେଥିରେ ଏକ କପ କ୍ଷୀର ସହ ଏକ କପ ପାଣି ପକାଇ ଗୋଳାଇ ଦିଅନ୍ତୁ । ଏହା ପରେ ସେଥିରେ ଚିନି ଓ ଖଜରା ପକାନ୍ତୁ । ଭଲ ଭାବେ ଚିନି ମିଶ୍ରଶରେ ମିଶିବା ଯାଏ ଅଳପ ଜାଳରେ ବସାଇ ଗୋଳାନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ମିଶ୍ରଣଟିକୁ ବାହାର କରିନିଅନ୍ତୁ । ଏବଂ ସେଥିରେ ଦଳା ହୋଇଥିବା କଦଳୀ ପକାନ୍ତୁ । ଭଲଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର କଦଳୀ ଓଟସ ହାଲୁଆ । ତା ଉପରେ କଟା କାଜୁ ଓ ପିସ୍ତା ବାଦାମ ପକାଇ ସଜାଇ ଦିଅନ୍ତୁ ।