(କଟକ / ଜଗନ୍ନାଥ ମହାନ୍ତି) : ଡିସେମ୍ବର ୧୩ ଦିନ ସକାଳ ୧୧ଟାରେ କଟକର କଲେଜ ଛକ, ଠାରେ ସୁବାଷ ବୋଷ ମୂର୍ତ୍ତି ନିକଟରେ କାଶୀ ବିଶ୍ୱନାଥ ଧାମର ଭବ୍ୟ ଦିବ୍ୟ ନବକଳେବରର ଲୋକାର୍ପଣ ଉତ୍ସବ ପରମ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବର ସିଧାପ୍ରାସାରଣ ଦେଖିବାକୁ ଏବଂ ସାଧୁସନ୍ଥଙ୍କ ଆଶୀର୍ବଚନ ଶୁଣିବା ପାଇଁ ସମସ୍ତ ବିଜେପି କାର୍ୟ୍ୟକର୍ତାଙ୍କ ସହିତ କଟକନଗରର ମଠ ମନ୍ଦିରର ସାଧୁସନ୍ଥ,ପୂଜାକମିଟି ସଭାପତି ସମ୍ପାଦକ, ବୁଦ୍ଧିଜୀବି, ବିଶିଷ୍ଟ ବ୍ୟକ୍ତି ଓ ଧର୍ମ ପ୍ରେମୀ ସାଧାରଣ ଜନତା ଉପସ୍ଥିତ ଥିଲେ। ଏହା ପୂର୍ବରୁ ସକାଳେ ପ୍ରତ୍ୟେକ ସ୍ଥାନରେ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ ପ୍ରମୁଖ କାର୍ୟ୍ୟକର୍ତା ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ବିଭିନ୍ନ ଶିବାଳୟରେ କରିଥିଲେ। ଏହି କାର୍ୟ୍ୟକ୍ରମକୁ ସଂଯୋଜନା କଲେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି। କଟକନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର ଓ ବୈଦେଶ୍ୱର ପଣ୍ଡା(କର୍ପୋରେଟର) କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ନିଗମ କଳ୍ପତରୁ ଆଶ୍ରମର ବାବା ଶ୍ରୀ ବ୍ରହ୍ମାନନ୍ଦ ସରସ୍ୱତୀ,ଶ୍ରୀ ମାନସ ଚୈତନ୍ୟ,ଶ୍ରୀ ଆନନ୍ଦ ଚୈତନ୍ୟ ଓ ଶ୍ରୀ ଅରୁଣ ପଣ୍ଡା ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାଶୀଧାମର ଏହି ଐତିହାସିକ ମାହେନ୍ଦ୍ର ବେଳାକୁ ଭାରତର କ୍ରାନ୍ତିକାରୀ ଆଧ୍ୟାତ୍ମିକ ବିପ୍ଳବର ଅୟମାରମ୍ଭ ବୋଲି ଅଭିହିତ କରିଥିଲେ।କଟକନଗର ର ବିଭିନ୍ନ ପୂଜାକମିଟିର ସର୍ବଶ୍ରୀ କାଶୀନାଥ ମଲ୍ଲିକ, ମନୋରଂଜନ ସାହୁ,ଦେବାଶିଷ ରାୟ, ଦେବାଶିଷ ଘୋଷ,ବିରେନ୍ଦ୍ର କୁମାର ସାହୁ,ରାମଲାଲ ରାମ,ଶ୍ରୀରାମ ପାଣ୍ଡେ,ଗୌତମ ପରିଡା,,ଗଦାଧର ପଳେଇ,ସତ୍ୟନାରାୟଣ ମିଶ୍ର,ନୃସିଂହ ଚୌଧୁରୀ, ଗଣେଶ ଦାସ,ରାକେଶ ସାହୁ,ଲିଙ୍ଗରାଜ ହାତୀ, ମନୋରଞ୍ଜନ ସାହୁ ଆଦି ଯୋଗଦେଇଥିଲେ। ଶ୍ରୀମତି ସ୍ମୃତି ପଟ୍ଟନାୟକ, ଶ୍ରୀ ସିକନ୍ଦର ଅଲ୍ଲି,ରଶ୍ମିରେଖା ଦାସ,ଲକ୍ଷ୍ମୀଧର ପ୍ରଧାନ,ନିତାଇଗୌର ମହାନ୍ତି,ଲଲାଟେନ୍ଦୁ ଦାସ,ବ୍ରଜକିଶୋର ବେହେରା,ମୁନୀନ୍ଦ୍ର ଭୋଳ,ସୌମେନ୍ଦ୍ର ପଲେଇ,କୃଷ୍ଣଚନ୍ଦ୍ର ମହାପାତ୍ର, ସୁବାଷ ମହାନ୍ତି, ଶରତ ଭୋଳ,ସତ୍ୟବ୍ରତ ମିଶ୍ର,ସତ୍ୟ ଦଳେଇ, ମହମ୍ମଦ ସବିର,ବିଶ୍ୱରଥୀ ସ୍ବାଇଁ,ପ୍ରବୀଣା ମହାପାତ୍ର, ଦିଲ୍ଳୀପ ସାହୁ,ଚିରଞ୍ଜୀବ ଖଣ୍ଡାୟତ ରାୟ, ଧର୍ମେନ୍ ଗୁପ୍ତା,ଗୋବିନ୍ଦ ଶିନ୍ହା,ଧୀର ପ୍ରସାଦ ମହାନ୍ତି,ପୃଥ୍ୱୀରାଜ ସ୍ବାଇଁ,ତନୁଶ୍ରୀ ମହାନ୍ତି,ଶ୍ରୀନିବାସ ରେଡି,ସଦାନନ୍ଦ ବିଶ୍ୱାଳ,ଦୀପ୍ତି ସ୍ବାଇଁ,, କ୍ରୀଷ୍ଣା ଭୋଳ,ଗଗନ ଓଝା,ସୁମନ ରାଉତ,ସୁଶୀଲ ନାଏକ,ଜୀବନଜ୍ୟୋତି ଦାସ,ମହମ୍ମଦ ଆୟୁବ,ଶେଖ ଚିକୁ,ମୁସ୍ତାକିମ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।