(ଯାଜପୁର) : କଇଁ ଫୁଲ ତୋଳିବାକୁ ଯାଇ ଚାଲିଗଲା ଦୁଇ ବାଳକଙ୍କ ଜୀବନ । ଏଭଳି ଏକ ଦଃୁଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ମୃତ ଦୁଇ ବାଳକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ୧୪ ବର୍ଷ ବୟସ୍କ ପୁଅ ବିଭୁତି ଜେନା ଓ ଉମା ଜେନାଙ୍କ ୧୭ ବର୍ଷ ବୟସ୍କ ପୁଅ ଦିବ୍ୟ ରଞ୍ଜନ ଜେନା । ଘଟଣାରୁ ପ୍ରକାଶ ଯେ କୁଟୁରିଆ ଠାରେ ଥିବା ବୈତରଣୀ ନଦୀର ଯୋରକୁ କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀଙ୍କ ସହାୟତାରେ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଏହି ଖବର ପାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।