କଅଁଳ ଶିଶୁଟିର ଭୁଲ କଣ , ତାକୁ ଏତେ ବଡ ଦଣ୍ଡ କଣ ପାଇଁ ?

(କଳାହାଣ୍ଡି) : ମା…ମା ଡାକି କାନ୍ଦୁଥିଲା ଦୁଇ ବର୍ଷର ଛୁଆଟି । କିନ୍ତୁ ଉଠୁନି ମା । କଅଁଳ ଶିଶୁଟି ବୁଝିପାରୁନି ଆଉ ତା ମା ଫେରିବନି କାରଣ ତା ମା ଫେରିଯାଇଛି ଅଫେରା ରାଇଜକୁ । ମାର ଝୁଲନ୍ତା ଶବ ପାଖରେ ରହି ମା ର ହାତକୁ ଜାବୁଡି ଧରିଛି ୨ ବର୍ଷର ଶିଶୁ ପୁତ୍ରଟି । ଭାବୁଛି ମା ତାକୁ କୋଳେଇ ନବ । କିନ୍ତୁ ସେ ବୁଝିପାରୁନି ଯୋଉ ହାତକୁ ଧରି ସେ କାନ୍ଦୁଛି ସେ ହାତ ହୋଇଯାଇଛୀ ନିର୍ଯିବ । ରାତି ସାରା ଶିଶୁଟି ମାଁର ହାତକୁ ଜାବୁଡି ଧରିଛି। ଛୁଅଅଟି ଭାବୁଥିଲା ମା ଉଠିବ। ହେଲେ ସେ ଜାଣୀ ନଥିିଲା ସବୁ ଦିନ ପାଇଁ ତା ମା ତାକୁ ଛାଡି ଚାଲି ଗଲା। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମର୍ମାହତ କରିବା ସହ ଭାବ ବିହ୍ଵଳ କରି ପକାଇଛି।
ସୂଚନା ଅନୁଯାୟୀ ଦର୍ପଣ ସାଗର ପଡାରେ ଏକ ଭଡା ଘରୁ ଶନିବାର ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମହିଳା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ରମ୍ବା ରାଉତ। ମହିଳା କିଛି ଦିନ ହେବ ନିଜ ୨ ବର୍ଷର ଶିଶୁ ପୁତ୍ର ସହ ଏକୁଟିଆ ଭଡାଘରେ ରହୁଥିଲେ। ମହିଳାଙ୍କ ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିଥିଲେ। ତେବେ ପାରିବାରିକ ବିବାଦକୁ ନେଇ ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଅଉଛି।ଅନ୍ୟପଟେ ଦ୍ଵିତୀୟ ସ୍ଵାମୀ ଶିଶୁଟି ତାଙ୍କର ନୁହେଁ ଏବଂ ତାକୁ ନିଜର ପୁଅ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି। ତେଣୁ ସ୍ଵାମୀଙ୍କ ସହ ପାରିବାରିକ କଳହରୁ ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ପ୍ରଶାସନ ଶିଶୁର ଥାଇଥାନ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏ ସବୁ ପରେ ଶିଶୁର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି।