ଓଡ଼ିଆ ଫିଲ୍ମରେ ନିର୍ଦେଶନା ଦେବେ ପୁପୁ ପମ ପମ

(ରିିପୋର୍ଟସ ଟୁଡ଼େ): ଦୀର୍ଘ ଦିନର ଅସୁସ୍ଥତା ପରେ ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି ପପୁ ପମ ପମ । ମାତ୍ର ଏଥର ସେ ଏକ ନିଆରା ଢଙ୍ଗରେ ମାରିବେ ଏଣ୍ଟ୍ରି । ଏଥର ଅଭିନୟ କରିବା ସହିତ ଫିଲ୍ମରେ ନିର୍ଦେଶନା ଦେବାରେ ନିଜ ଯାଦୁ ଦେଖାଇବେ ସେ । ଓଲିଉଡ଼ ଜଗତର ଅଭିନେତା ଓ ଅଭିନେତ୍ରୀଙ୍କୁ ଅଭିନୟର ପାଠ ପଢାଇବେ ପପୁ ।
ମିଳି୍ଥିବା ସୂଚନା ଅନୁସାରେ ଖୁବଶୀଘ୍ର ମହୁରତ ହେବାକୁ ଥିବା ଏକ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶନା ଦେବେ ପପୁ । କେବଳ ସେତିକି ନୁହେଁ ସେଥିରେ ଅଭିନୟ ମଧ୍ୟ କରିବେ ତା ସହିତ ସଙ୍ଗୀତ ନିର୍ଦେଶନା ମଧ୍ୟ ଦେଇଛନ୍ତି ପପୁ । ଏହି ଚଳଚ୍ଚିତ୍ରର ଏକାଧିକ କାମ ପପୁ ନିଜେ କରିବେ । ଯଦିଓ ଏହି ଚଳଚ୍ଚିତ୍ରରେ କେଉଁ କଳାକାର ମାନେ ଅଭିନୟ କରିବେ ସେ ନେଇ ବର୍ତମାନ ସୁଦ୍ଧା ଖବର ମିଳିପାରି ନାହିଁ । କିଛି ନୂଆ କଳାକରଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯାଗ ମିଳବ ବୋଲି ସୂଚନା ମିଳିଛି । ସେମାନଙ୍କୁ ପପୁ ଅଭିନୟର ଶିକ୍ଷା ଦେବେ ବୋଲି ମଧ୍ୟ ଖବର ଆସିଛି । ତେବେ ପପୁଙ୍କ ନିର୍ଦେଶିତ ଚଳଚ୍ଚତ୍ରଟି ଦର୍ଶକଙ୍କ ମନକୁ କିପରି ଛୁଇବା ତାହା ଦେଖିବାକୁ ବାକି ରହିଲା ।