ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଛି । ଓଡ଼ିଶାରେ କରୋନାର କେଉଁ ଭୂତାଣୁ ଆସିଛି, ତାହାର ଜେନେଟିକ୍ ପରୀକ୍ଷା ହେବ । ଏଥିପାଇଁ ୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଜେନେଟିକ୍ ଷ୍ଟଡି ଆରମ୍ଭ କରାଯାଇଛି । ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଏହି ଷ୍ଟଡି ଆରମ୍ଭ ହୋଇଛି । ୨ ସପ୍ତାହ ଭିତରେ ରିପୋର୍ଟ ଆସିବ ।ତାପରେ ଜଣାପଡ଼ିବ ଭାଇରସ କେଉଁଠୁ ଆସିଛି ଓ ଭାଇରସ କେଉଁ ଷ୍ଟ୍ରେନ୍‌ର ଭାଇରସ୍‌ ଆସିଛି । ଓଡ଼ିଶାରେ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନି । ସ୍ଥାନୀୟ ସଂକ୍ରମଣ ସଂଗରୋଦ୍ଧ କେନ୍ଦ୍ର ସଂସ୍ପର୍ଶରେ ଆସି ହେଉଛି ବୋଲି ସୂଚନା ଦିଆଯାଇଛି । ମୌସୁମୀ ର କୌଣସି ପ୍ରଭାବ ସଂକ୍ରମଣ ବଢିବା ଉପରେ ନାହିଁ ବୋଲି କୁହାଯାଇଛି । ସଚେତନ ନହେଲେ ସ୍ଥିତି ଗମ୍ଭୀର ହେବ । କୋଭିଡ ପୁରା ଦୂର ହେବନି ଏହା ଋତୁ ଅନୁସାରେ ଆସିପାରେ ବୋଲି ଅନୁମାନ କରାଯାଉଛି ।