(ରିପୋଟରର୍ସ ଟୁଡ଼େ): ଅଧିକାଂଶ ଲୋକ ବାହାର ସ୍ଥାନ ବୁଲିବା ସହ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ଖାଦ୍ୟ ଖାଇବାକୁ ରୁଚି ରଖିଥାନ୍ତି । ଆଜି ଆସନ୍ତୁ ଜାଣିବା କିଛି ରାଜ୍ୟର ପାରମ୍ପରିକ ଖାଦ୍ୟ ସମ୍ପର୍କରେ ।
ଝାଡ଼ଖଣ୍ଡର ରୁଗୁଡା: ରୁଗୁଡା ଏକ ପ୍ରକାର ତରକାରି, ଯାହାର ଭଲ ସ୍ବାଦ ଆପଣଙ୍କୁ ଝାଡ଼ଖଣ୍ଡ ବ୍ୟତୀତ ଅନ୍ୟ କେଉଁ ଜାଗାରେ ମିଳିବ ନାହିଁ। ଏହା ଏକ ପ୍ରକାର ଛତୁରେ ପ୍ରସ୍ତୁତ ତରକାରି । ଏହାର ସ୍ବାଦ ମଟନ୍ ପରି ହୋଇଥାଏ।
ତ୍ରିପୁରା:ପାଞ୍ଚ ଫରୋନ ତରକାରି: ବଙ୍ଗଳା ଶବ୍ଦରେ ପ୍ରଭାବିତ ପାଞ୍ଚ ଫରୋନ ତରକାରି ଶାକାହାରୀମାନଙ୍କ ପ୍ରିୟ ଖାଦ୍ୟ ହୋଇଥାଏ। ଆଳୁ, ବାଇଗଣ ଓ କଖାରୁରେ ପାଞ୍ଚ ମସଲା ପକାଯାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ।
ମଣିପୁର: ଚେକ୍ ହାଓ ଖିରି: ଏହି ଖିରି କଳା ଚାଉଳରେ ପ୍ରସ୍ତୁତ ହୋଇଥାଏ। ଏହା ସୁଆଦିଆ ଲାଗିବା ସହିତ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ।
କର୍ନାଟକ: ରବା କେଶରୀ : ଏହା କର୍ନାଟକର ଏକ ସ୍ବାଦିଷ୍ଠ ଡିସ୍। ଏହାକୁ ସୁଜିରେ ତିଆରି କରାଯାଇଥାଏ। ଏହା ସହିତ କମଳା, କଦଳୀ, ସପୁରି ଫ୍ଲେଭର ଦେଇ ମଧ୍ୟ ପ୍ରସ୍ତୁତ କରାଯାଏ।
ଯଦି ଆପଣ ଏହିସବୁ ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ନିଶ୍ଚେ ଖାଆନ୍ତୁ ଏ ସବୁ ଦେଶର ସ୍ବାଦିଷ୍ଠ ବ୍ୟଞ୍ଜନ।