ଏହି ଗଛକୁ ଛୁଇଲେ ହାତ ହୂଏ ଏଭଳି ଅବସ୍ଥା

(ପ୍ରିୟଦର୍ଶନୀ ସ୍ୱାଇଁ): ପ୍ରକୃତିର ସୌନ୍ଦ୍ରର୍ଯ୍ୟରେ ବିମୋହିତ ବିଶ୍ୱ କିନ୍ତୁ ଏପରି କିଛି ସ୍ଥାନ ରହିଚି ଯାହା ସମସ୍ତଙ୍କୁ ଚକିତ କରାଇଦେଲା ଭଳି ଘଟଣା । ଏପରି ଏକ ଗଛ ରହିଛି ଲଣ୍ଡନରେ । ଯାହାକୁ ସ୍ଥାନୀୟ ଲୋକ ହୋଗବୀଜ ବା କିଲର ଟ୍ରି ବୋଲି କହିଥାନ୍ତି । କିନ୍ତୁ ବିଜ୍ଞାନିକମାନେ ତାହାକୁ ହୋରାକିଲମ୍ ମେଟାଗେଜିଏନସ ନାମ ଦେଇଛନ୍ତି। ଏହି ଗଛ ବ୍ରିଟେନର ଲଙ୍କାଶାୟର ନଦୀ କୁଳରେ ମିଳିଥାଏ। ଏହାର ଲମ୍ବ ଅଧିକରୁ ଅଧିକ ୧୪ ଫୁଟ ରହିଥିବା ବେଳେ ଯଦି ଭୁଲରେ ମଧ୍ୟ ଏହାକୁ ଆପଣ ଛୁଇଁ ଦେଉଛନ୍ତି ତେବେ ଆପଣଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ।
ବର୍ତ୍ତମାନ ପଯ୍ୟର୍ନ୍ତ ବୈଜ୍ଞାନିକ ମାନେ ଏହା ଦ୍ବାରା ହୋଇଥିବା କ୍ଷତିର କୌଣସି ଉପଚାର ବାହାର କରିପାରିନାହାନ୍ତି। ଏପରି କୁହାଯାଏ କି ଏହି ଗଛର ବିଷ ନାଗ ସାପଠାରୁ ମଧ୍ୟ ଅଧିକ କ୍ଷତିକାରକ ରହିଥାଏ। ରିସର୍ଚ୍ଚରୁ ଜଣାପଡିଛି ଗଛ ମଧ୍ୟରେ ରହିଥିବା ସେନ୍ସଆଇଜିଂ ଫ୍ୟୁରାନେକୋମାରିସିଂ ନାମକ ଏକ ରସାୟନ ଏହାକୁ ବିଷାକ୍ତ କରିଥାଏ।ଯଦି ଭୁଲବଶତଃ ଆପଣ ଏହାକୁ ଛୁଇଁ ଦେଇଛନ୍ତି ତେବେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ହାତ ଫୋଟକା ଭଳି ଫୁଲିଯାଇଥାଏ। ଏହାଛଡା ସାରା ଶରୀର ଜଳିବା ଆରମ୍ଭ ହୋଇଯାଇଥାଏ। ଏପରିକି ଏହା ଦ୍ବାରା ଦୃଷ୍ଟିଶକ୍ତି ଯିବାର ମଧ୍ୟ ସମ୍ଭାବନା ରହିଥାଏ।