ଏବର୍ଷ ହେବନି ଯୁକ୍ତ ୩ ଓ ପିଜି ସେମିଷ୍ଟର ପରୀକ୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ । ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି । +୩ର ଦ୍ୱିତୀୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ହେବନାହିଁ । ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିକଳ୍ପ ବ୍ୟବସ୍ଥା ଜରିଆରେ ପରବର୍ତ୍ତୀ ସେମିଷ୍ଟାରକୁ ଉନ୍ନୀତ କରାଯିବ । +୩ ଓ ପିଜି ସିଲାବସରେ ୨୫% କୋର୍ସ ଗାଇଡେଡ଼ ସେଲ୍ଫ ଷ୍ଟଡ଼ି ହେବ । ପ୍ରଥମଥର ପାଇଁ କୋର୍ସ ଗାଇଡ଼େଡ୍ ସେଲ୍ଫ ଷ୍ଟଡ଼ି ଦ୍ୱାରା ପାଠପଢ଼ା କଭର ନେଇ ଲକ୍ଷ୍ୟ ରହିଛି । କୁଳପତିଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।