(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ଏକ ଏଟିଏମ୍ କାଉଣ୍ଟରରୁ ଟଙ୍କା ପାଇ ତାହା ବ୍ୟାଙ୍କ ମେନେଜର କୁ ଫେରାଇଛ ମାନବିକତା ଦେଖାଇଛନ୍ତି ପ୍ରଫୁଲ୍ଲ ନାଏକ। ସୋନପୁର ତିନି ନମ୍ବର ଓଆଡର ଘୋଡ଼ାଘାଟ ପଡ଼ାର ପ୍ରଫୁଲ୍ଲ ନାଏକ। ପ୍ରାପ୍ତ ସୂଚାନା ଅନୁସାରେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରଫୁଲ୍ଲ ସୋନପୁର ସ୍ଥିତ ଷ୍ଟେଟ୍ବ୍ୟାଙ୍କ ଏଟିଏମ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଏହି ସମୟରେ ଅନ୍ୟ କୌଣସି ଗ୍ରାହକଙ୍କ ୧୪ ଶହ ଟଙ୍କା ଏଟିଏମରୁ ବାହାରିଥିଲେ । ଉକ୍ତ ଟଙ୍କାକୁ ପ୍ରଫୁଲ୍ଲ ସଂଗ୍ରହ କରି ନିଜେ ନେଇ ନଯାଇ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶରତ ଦେହୁରୀଙ୍କୁ ଫେରାଇଛନ୍ତି। ଶ୍ରୀ ନାଏକ ସୋନପୁର କଲେଜର ଜଣେ କର୍ମଚାରୀ ତଥା ସୋନପୁର ମନମୁଣ୍ଡା ସ୍ବଚ୍ଛ ଭାରତ ସଂଗଠନର ଉପସଭାପତି ଅଛନ୍ତି। ଏତାଦୃଶ କାର୍ୟ୍ୟ ପାଇଁ ସ୍ବଚ୍ଛ ଭାରତ ସଂଗଠନ ସଭାପତି ଲକ୍ଷ୍ମୀନାରାୟଣ ମେହେର ଓ କର୍ମକର୍ତ୍ତାଙ୍କ ସହ ଅନ୍ୟମାନେ ପ୍ରଫୁଲ୍ଲଙ୍କୁ ପ୍ରଶଂସା କରିଛନ୍ତି ।