ଏକ ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଶନିବାର ଦିନ ଦିଲ୍ଲୀ ପୁଲିସ ଏକ ଏଟିଏମ ମେସିନ ଲୁଟେରା ଗ୍ୟାଙ୍ଗକୁ ଧରିଛି । ପୁଲିସ ମୁତାବକ ଶୁକ୍ରବାର ସୋହରାବ, ତାର ସହଯୋଗୀ, ସାହିଦ, ଅଲିଜାନ, ନମ୍ବରଦାର, ଆଜାରୁଦ୍ଦିନ, ଆଇୟାନକୁ ଗିରଫ ହୋଇଥିଲେ । ଏମାନେ ଗ୍ୟାସ କଙ୍କର ସାହାଯ୍ୟରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିଥାନ୍ତି । ସେମାନେ ଥରେ ଏକ ସ୍କର୍ପିଓ କାରରେ ବାନ୍ଧି ଏକ ଏଙ୍କିମ୍ ଟାଣି ନେଇଥିଲେ । ଦୁଇ ମାସ ମଧ୍ୟରେ ଏହି ଲୁଟେରା ଗ୍ୟାଙ୍ଗ ସୋନିପତ, ବଦଲି, କାଲାନୁର, ଚାରଖି ଦାଦ୍ରି ଆଦି ସ୍ଥାନରୁ ଅନେକ ଏଟିଏମ ଲୁଟ କରିଛନ୍ତି । ସେମାନେ ଦ୍ୱାରକା ସେକ୍ଟର ୨୮, ଫତେପୁର ବେରି, ନଜାଫଗାଡ ଏରିଆରେ ଥିôବା ଏଙ୍କିଏମରୁ କ୍ୟାସ ଲୁଟ କରିଥିଲେ । ପୁଲିସ ଅନୁଯାୟୀ, ଏହି ଗ୍ୟାଙ୍ଗ ଠାରୁ ୨.୫ ଲକ୍ଷ ଟଙ୍କା, ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଙ୍କର, ସିଟ କଙ୍କିଂ ନୋଜାଲ, ୨ ପ୍ଲାଷ୍ଟି ଗ୍ୟାସ ପାଇପ ଓ ଗୋଟିଏ ଓସାରିଆ ବେଲ୍ଟ ଜବତ କରିଛି ପୁଲିସ ।