(ନୂଆଦିଲ୍ଲୀ) : ଜଣେ ଯୁବକ ଏକା ସାଙ୍ଗରେ ୪ଜଣକୁ କରୁଥିଲେ ଡେଟ । ଆଉ ତା ପରେ ଯାହା ଘଟିଲା ତା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଏକ ରୋଚକ ପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କୁଚବେହାରରେ ।
ସମ୍ପୁର୍ଣ୍ଣ ଘଟଣା କିଛି ଏମିତି କୁଚବିହାରର ଜୋରପଟିକରେ ରହୁଥିବା ସୁଭମୟ କର ନାମକ ଏହି ଯୁବକ ଏକା ସାଙ୍ଗରେ ଚାରି ଝିଅଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଘଟଣା ଦୁଇ ଦିନ ପରେ ଯୁବକ ତାଙ୍କ କାମକୁ ଯିବାକୁ ଘରୁ ବାହାରୁ ଥିଲେ। କିନ୍ତୁ ସେ ଘରୁ ବାହାରିବା ପୂର୍ବରୁ ତାଙ୍କର ଚାରିଜଣ ଗର୍ଲଫ୍ରେଣ୍ଡ ଏକାଠି ତାଙ୍କ ଘର ଆଗରେ ଜଗି ବସିଥିଲେ। କିନ୍ତୁ ଯେତେବେଳେ ଚାରିଜଣ ପରସ୍ପର ବିଷୟରେ ଜାଣିବାକୁ ପାଇଲ ତାପରେ ଆରମ୍ଭ ହୋଇତିଲା ଯୁବକଙ୍ଗକ ଶନିଦଶା । ସେମାନେ ସମସ୍ତେ ଏକାଠି ହୋଇ ଯୁବକଙ୍କ ଘର ଆଗରେ ଚଢାଉ କରି ତାଙ୍କୁ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିଥିଲେ। ଏହା ପରେ ସମସ୍ତଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏଥିରେ ବିବ୍ରତ ହୋଇ ଯୁବକ ଜଣଙ୍କ ତାଙ୍କ ରୁମକୁ ଯାଇ ବିଷ ଖାଇ ଦେଇଥିଲେ।
ଫଳରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଏ ସବୁ ଦେଖିବା ପରେ ପଡୋଶୀମାନେ ପ୍ରଥମେ ଯୁବକଜଣକୁ ମାଥାବାଙ୍ଗା ଡାକ୍ତରଖାନାକୁ ନେଇଥିଲେ, ଏବଂ ପରେ ତାଙ୍କୁ କୁଚବିହାର ଜିଲ୍ଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଛି ଯେ ଗର୍ଲଫ୍ରେଣ୍ଡମାନେ ତାଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରିନାହାଁନ୍ତି। ତେବେ ଯୁବକ ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦ ମୁକ୍ତ ଅଛନ୍ତି କିନ୍ତୁ ଗମ୍ଭୀର ରହିଛି ।