ଅନୁଗୁଳ/ଜ୍ୟୋତିରଂଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ସୂରକ୍ଷା ସଂଘ କାର୍ଯ୍ୟାଳୟରେ ସୋମବାର ଏନ୍ଟିପିସି ଥାନା ପୂର୍ବତନ ଏଏସ୍ଆଇ ନରେଶ ସିଂହଙ୍କ ଅକାଳ ବିୟୋଗ ଶୋକସଭା ଅନୁଷ୍ଠିତ ହୋଯାଇଛି । ରବିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଆଜି ପୂର୍ବାହ୍ନରେ ସଂଘ ସଭାପତି ଟିକନ ସାହୁଙ୍କ ଅଧକ୍ଷତାରେ ଏଏସ୍ଆଇ ଶ୍ରୀ ସିଂହଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ସହ ଶୋକସଭା ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ଏଏସ୍ଆଇ ଶ୍ରୀ ସିଂହଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାପର୍ଣ କରିଥିଲେ । ତାଙ୍କର ଅମରଆତ୍ମାର ସଦ୍ଗତୀ କାମନା କରି ସଂଘ ସଦସ୍ୟମାନେ ଦୁଇ ମିନିଟ୍ ନୀରବ ପ୍ରର୍ଥାନା କରିଥିଲେ ।
ଜଣେ କର୍ତ୍ତବ୍ୟନିଷ୍ଠ, ଦାୟିତ୍ୱସମ୍ପନ୍ନ ପୁଲିସ୍ କର୍ମଚାରୀ ଥିଲେ । ବିଭିନ୍ନ ସମୟରେ ଥାନା ଇଲାକାରେ ଅପରାଧିକଙ୍କ ବିରୋଧରେ ତତ୍କ୍ଷଣାତ୍ ପଦକ୍ଷେପ ନେବାରେ ସଫଳ ୁଲିସ୍ କର୍ମଚାରୀ ଭାବରେ ବେଶ୍ ପରିଚିତ ଥିଲେ ବୋଲି ସଂଘ କୋଷାଧକ୍ଷ୍ୟ ସୁନେଲ୍ କୁମାର ଧର ମତବ୍ୟକ୍ତ କରିଥିବା ବେଳେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବାରେ ସେ ବେଶ୍ ସିଦ୍ଧହସ୍ତ ଥିଲେ ବୋଲି ସଂଘର ସମ୍ପାଦକ ହେମନ୍ତ କୁମାର ପ୍ରଧାନ ମତବ୍ୟକ୍ତ କରିଥିଲେ । ସାଧାରଣ ଜନତାଙ୍କ ପାଇଁ ସେଥିଲେ ପ୍ରକୃତ ବନ୍ଧୁ ଓ ମେଳା ପୁଲିସ୍ । ଅନ୍ୟମାନଙ୍କ ମଧ୍ୟରେ ସଂଘ ଯତିନ୍ଦ୍ର ପ୍ରଧାନ, ଶରତ ନାଏକ, ମୁନା ସିଂ, ସିବୁଲ୍ ସାହୁ, ସୁଶୀଲ୍ ସାହୁ, ସୁନନ୍ଦ କୁମାର ସାହୁ ପ୍ରମୁଖ ସଦସ୍ୟ ସାମିଲ୍ ଥିଲେ ।