ଉଦ୍ଧବ ଲାଗିଲା ଝଟକା, ବହୁମତ ସାବ୍ୟସ୍ତ କଲେ ଏକନାଥ

ମୁମ୍ବାଇ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକନାଥ ସିନେ୍ଧ ମହାରଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସବାରେ ୧୬୪ ଭୋଟ ପାଇଁ ଏକନଥ ବହୁମତ ସାବ୍ୟସ୍ତ କରିଛନ୍ତି। ବହୁମତ ବିପକ୍ଷରେ ୯୯ ଭୋଟ ପଡିଥିଲା। ଏହି ଅବସରରେ ବିଧାସଭାର ବାଚସ୍ପତି ଭାବେ ରାହୁଲ ନୋବଙ୍କର ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଏକନାଥଙ୍କ ପାଇଁ ଅଗ୍ନି ପରୀକ୍ଷା ଥିଲା। ଏକନାଥଙ୍କ ସପକ୍ଷରେ ୭୭ ବିଧାୟକଙ୍କ ସମର୍ଥନ ରହିଥିବାବେଳେ ଦେବେନ୍ଦ୍ର ଫଡନାବିଶଙ୍କ ନେତୃତ୍ୱାଧୀନ ବିଜେପି ପାଖରେ ୧୦୭ ଜଣ ବିଧାୟକଙ୍କ ସମର୍ଥନ ରହିଥିଲା। ବହୁମତ ସାବ୍ୟସ୍ତ ବେଳେ ୪ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ। ଏକନାଥ ବହୁମତ ସାବ୍ୟସ୍ତ କରିବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଥିବା ଜଣାପଡିଛି।