ଉଦଳା/ ଦୀପକ ମିଶ୍ର : ଉଦଳା ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆନୁକୂଲ୍ୟରେ ଆଜି ଏକ ସମ୍ୱର୍ଦ୍ଧନା ସଭା ଉଦଳା ସ୍ନେହା କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦେଶ କ୍ରମେ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା କାର୍ଯ୍ୟରେ ନିୟୋଜିତ ଥିବା ଉଦଳା ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଧାୟକ ସମ୍ବୋଧିତ କରିଥିଲେ । କୋଭିଡ ସମୟରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ନିଜ ଦାୟିତ୍ୱ ସମ୍ପାଦନ କରିଥିବାରୁ ବିଧାୟକ ବେଶ ପ୍ରଶଂସା କରିଥିଲେ । ପରେ ଅଵସରର ପ୍ରାପ୍ତ ସେନା କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା । ତେବେ ବିଜେପିର ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ବିଜେପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନିହାର ମୋଦି ପ୍ରକାଶ କରିଛନ୍ତି ।