(ଦୀପକ ମିଶ୍ର / ଉଦଳା): ସରକାର ଚାଷୀ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ହେଲେ କେତେକ ଯୋଜନା ଅଧୋପନ୍ତରିଆ ଅବସ୍ଥାରେ ପଡିଥିବା ବେଳେ ଆଉ କେତେକ ଯୋଜନା ଫେଲ ମାରିଛି । ଯାହା ଦ୍ୱାରା ଅନେକ ଚାଷୀ ସେମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଦଳୀବାଡ଼ିଆର ଚାଷୀ ମାନଙ୍କ କଥା । ଏହି ଗ୍ରାମ ଅଧୀନରେ ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ମାଧ୍ୟମରେ ଏକ ପ୍ରକଳ୍ପ ଦୀର୍ଘ ଦିନରୁ ଅଚଳ ହୋଇ ପଡ଼ିରହିଛି । ପ୍ରକଳ୍ପ ଆରମ୍ଭରୁ ଦୁଇ ବର୍ଷ ଚାଷୀ ମାନେ ସେମାନଙ୍କର ବିଭିନ୍ନ ଋତୁରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଆଜି କି ଦଶ ବର୍ଷ ହେବ ଉଠାଜଳସେଚନ ପ୍ରକଳ୍ପରେ ଥିବା ଟ୍ରାନ୍ସଫରମାର ପୋଡିଯିବା ଯୋଗୁଁ ଆଉ ଚାଷ କାମ ହୋଇପାରୁନାହିଁ । ଏହି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ କଦଳିବାଡିଆ, ମାତାସାହି, ବାନ୍ଧବେଡ଼ା, ସୁନାପାଳ ଗ୍ରାମର ଦୁଇଶହରୁ ଉର୍ଦ୍ଧ ଚାଷୀଙ୍କୁ ପାଣି ଯୋଗାଇଦେବାର ବେବୋସ୍ତକ୍ଷ ହୋଇଥିଲା । ତେବେ ପ୍ରକଳ୍ପ ଅଚଳ ଯୋଗୁଁ ଚାଷୀମାନେ ଏ ବାବଦରେ ଜିଲ୍ଲାପାଳ, ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହି ପରିକି ପ୍ରକଳ୍ପ ଅଚଳ ପରେ ବିଦ୍ୟୁତ ବିଲ ଚାଷୀମାନଙ୍କ ପାଖକୁ ଆସୁଥିବା ବେଳେ ତାହା ପଇଠ କଲେ ମରାମତି ହେବ ବୋଲି ବିଦ୍ୟୁତ ବିଭଗ କହୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ତେବେ ଚାଷୀ ମାନଙ୍କର ସମସ୍ୟା କେବେ ଦୂର ହେବ ଓ ବିଭାଗୀୟ ଅଧିକାରୀ କେବେ ଦୃଷ୍ଟି ଦେବେ ତାହାକୁ କେବଳ ଅପେକ୍ଷା ।