(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବାର ୨.୧ କିଲୋମିଟର ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସଂପର୍କ ଚ୍ଛିନ୍ନ ହୋଇଥିଲା । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକମାନେ ହତୋତ୍ସାହିତ ହୋଇ ପଡିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ବିଫଳତାରେ ସଫତାର ଚାବିକାଠି ରହିଥିବା କହି ପ୍ରୋତ୍ସାହିତ କରିଥିଲେ । କେବଳ ମୋଦି ନୁହଁନ୍ତି, ଇସ୍ରୋର ଚନ୍ଦ୍ରାୟନ୨ ମିଶନକୁ ଦୁନିଆର ସବୁ କ୍ଷେତ୍ରରୁ ପ୍ରଶଂସାର ସୁଅ ଛୁଟିଛି । ଏଥିରୁ ବାଦ ପଡିନି ଆମେରିକାର ସ୍ପେଶ ଏଜେନ୍ସୀ (ନାସା) । ଇସ୍ରୋ ବୈଜ୍ଞାନିକଙ୍କ ସାହସିକତା ଏବଂ କଠିନ ପରିଶ୍ରମକୁ ଭୁରି ଭୁରି ପ୍ରଶଂସା କରିଛି ନାସା । ଅନ୍ତରୀକ୍ଷରେ ଚନ୍ଦ୍ରମାର ଦକ୍ଷିଣଧ୍ରୁବରେ ଇସ୍ରୋ ଚନ୍ଦ୍ରୟାନ-୨ କୁ ଲ୍ୟାଣ୍ଡିଙ୍ଗ୍ କରିବାର ସାହସକୁ ନାଶା ପ୍ରଶଂସା କରିଛି । ଇସ୍ରୋ ଅଭିଯାନ ନାସା ପାଇଁ ପ୍ରେରଣାଦାୟୀ ବୋଲି ନାସା ପକ୍ଷରୁ କୁହାଯାଇଛି।
ନମିରା ସଲିମ୍, ପାକିସ୍ତାନର ପ୍ରଥମ ମହାକାଶଚାରୀ ଯିଏ ସାର୍ ରିଚର୍ଡ ବ୍ରେନସନ୍ ବର୍ଜିନ୍ ଗେଲେକ୍ଟିକଙ୍କ ସହ ଅନ୍ତରୀକ୍ଷ ଯାତ୍ରା କରିଥିଲେ ସେ ମଧ୍ୟ ଇସ୍ରୋକୁ ପ୍ରଶଂସା କରିବାରୁ ବାଦ ପଡିନାହାନ୍ତି । ଦକ୍ଷିଣ ଏସିଆର ଅନ୍ତରୀକ୍ଷ କ୍ଷେତ୍ରରେ ଇସ୍ରୋର ଉପଲବ୍ଧି ଅଦ୍ଭୁଦ ବୋଲି କହିଛନ୍ତି ନମିରା ସଲିମ୍ ।