ଇଟାଲୀରୁ ଫେରୁଥିବା ଏୟାର ଇଣ୍ଡିଆ ବିମାନର ୧୦୦ ଯାତ୍ରୀ ପଜିଟିଭ

ଚଣ୍ଡିଗଡ: ଅମୃତସର ଇଣ୍ଟରନାସନାଲ ଏୟାରପୋର୍ଟରେ ଅବତରଣ କରିଥିବା ଇଟାଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ୧୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ବିମାନରେ ମୋଟ ୧୮୨ ଜଣ ଲୋକ ଯାତ୍ରା କରୁଥିଲେ । ସମସ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଛି ।
ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯୦ହଜାର ୯୨୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବୁଧବାର ତୁଳନାରେ ଗୁରୁବାର କରୋନ ସଂଖ୍ୟାରେ ୫୬.୫ ପ୍ରତିଶତ ମାମଲାମଲା ବୃଦ୍ଧି ହୋଇଛି ।
ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ଆଗରେ ରହିଛନ୍ତି ମହାରାଷ୍ଟ୍ର ପଶ୍ଚିମ ବଙ୍ଗ, ଦିଲ୍ଲୀ ତାମିଲନାଡୁ, କେରଳ । ମହାରାଷ୍ଟ୍ରରେ ୨୬,୫୩୮ ନୂଆ କରୋନା ଚିହ୍ନଟ ହେ।।ଇଥିବା ବେଳେ ପଶ୍ଚିମ ବଙ୍ଗରେ ୧୪,୦୨୨, ଦିଲ୍ଲୀରେ ୧୦୬୬୫, ତାମିଲନାଡୁରୁ ୪,୮୬୨, କେରଳରୁ ୪୮୦୧ ମାମଲା ବାହାରିଛି ।