ଆସିଲା ୫୧ ଆକ୍ରାନ୍ତଙ୍କ ତଥ୍ୟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ୫୧ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଜି କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୩ କୁ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳ ହୋଇଥିବା ସୂଚନା ଦିଆଯାଇଛି । ୫୧ ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୧୧ଜଣ, କଳାହାଣ୍ଡିରୁ ୧୧ଜଣ, ଜଗତସିଂହପୁରରୁ ୨ଜଣ, ଅନୁଗୁଳରୁ ୨ଜଣ, ସମ୍ବଲପୁରରୁ ୨ଜଣ, କଟକରୁ ୯ଜଣ, ଯାଜପୁରରୁ ୫ଜଣ, ଗଞ୍ଜାମ ୪ଜଣ, ପୁରୀରୁ ଜଣେ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରୁ ୧୧ଜଣ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେ‌ଳେ ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ୍ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ୍ ହୋଇଥିବ ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ମହାରାଷ୍ଟ୍ରର, ଜଣେ ଛତିଶଗଡ଼ ଏବଂ ଜଣେ ଗୁଜୁରାଟ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ୍ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୯ଜଣ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲାରୁ ଚିହ୍ନଟ୍ ହୋଇଥିବା ୫ଜଣ ଆକ୍ରାନ୍ତ ତାମିଲନାଡ଼ୁ ଫେରିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଜି ୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁରତରୁ ଫେରିବା ପରେ କ୍ବାରେଣ୍ଟାଇନ୍ ସେଣ୍ଟରେ ରହିଥିବା ବେଳେ ଜଣେ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ପୁରୀ ଜିଲ୍ଲାରୁ ଚିହ୍ନଟ୍ ହୋଇଥିବା ଆକ୍ରାନ୍ତ ଜଣ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନ୍ ଥିବା ସୂଚନା ମିଳିଛି । ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରିଥିବା ବେଳେ ୧ ଆନ୍ଧ୍ରା ପ୍ରଦେଶ ଫେରନ୍ତା ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣ ତାମିଲନାଡ଼ୁରୁ ଫେରିଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଫେରିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି । ସେହପରି ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ହୋଇଥିବା ଜଣାପଡିଛି । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ୍ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ୍ ହୋଇଛନ୍ତି ।