ଭୁବନେଶ୍ୱର: ଆସିଲା ନୂଆ ଗାଇଡ ଲାଇନ । ଏସଆରସିଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ ରାତି ୯ଟାରୁ ସକ।।ଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।। ଏହି ନାଇଟ୍ କର୍ଫ୍ୟୁ କେବଳ ସହରାଞ୍ଚଳରେ ଲାଗୁ କରାଯିବ । ଏହି କଟକଣା ଜାନୁଅରୀ ୭ରୁ ଲାଗୁ କରାଯିବ । ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। କିନ୍ତୁ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ବନ୍ଦ ରହିବ। ଅନଲାଇନ ପାଠପଢ଼ା ପୁଣି ଚାଲିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଡାଉଟ୍ କ୍ଲିୟରିଂ କ୍ଲାସ ଛୋଟ ଛୋଟ ବ୍ୟାଚ୍ରେ କରାଯିବ ।
ସେହିପରି ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ। କୌଣସି ମଲରେ ଭିଡ଼ ହେଲେ ଦୋକାନ ମାଲିକ ଦାୟୀ ହେବେ ଓ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି। ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଇଣ୍ଡୋର ହଲରେ କୌଣସି କାର୍ୟ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ।
ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ। ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି। ସେହିପରି ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ। ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ। ସମସ୍ତ ସ୍ଥାନରେ କୋଭିଡ ଗାଇଡଲାଇନ କଡାକଡି ପାଳନ ହେବ ।