ଭୁବନେଶ୍ୱର: ବିଶ୍ୱ, ଦେଶ ପରେ ଏବେ ରାଜ୍ୟରେ ମଧ୍ୟ କରୋନାର ଭାରିଆଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବା ବେଳେ ଆଗକୁ ଏହା ଆହୁରି ବଢିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଯଦିବି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ଜାରି ରହିଛି ।
ମହାକାତ୍ର କହିଛନ୍ତି ବର୍ତ୍ତମାନ ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ।
ଅନ୍ୟପକ୍ଷରେ ଆସନ୍ତା ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୁଷ୍ଟର ଡୋଜ ଆରମ୍ଭ ହେବାକୁ ଯ।।ଉଛି । ଯିଏ ଯେଉଁ ଟୀକା ନେଇଛନ୍ତି, ସେହି କମ୍ପାନୀର ଟୀକା ହିଁ ଦିଆଯିବ ।