(ରିପୋଟର୍ସ ଟୁଡେ/ଭୁବନେଶ୍ୱର):୧୦୦ଟଙ୍କାର ମାଛ କିଣି ୫ଶହ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱର ୟୂନିଟ-୮ଅଞ୍ଚଳରେ ।
ମିଳିଥିବା ସୁଚନାନୁସାରେ, କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବାକୁ କହିଛନ୍ତି ସରକାର । କିନ୍ତୁ କିଛି ଅମାନିଆ ସରକାରଙ୍କ କଥାକୁ ହେ ଗ୍ୟାନ କରି ବାଇକ ଧରି ବାହାରେ ବୁଲୁଛନ୍ତି । ଏଥିପାଇଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ନେବାକୁ ବାଧ୍ୟ ହେଉଛି ପୋଲିସ । ଆଜି ସକାଳୁ ୟୂନିଟ-୮ ଅଞ୍ଚଳର ଜଣେ ବ୍ୟକ୍ତି କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ମାଛ ମାର୍କେଟରୁ ମାଛ କିଣିବାକୁ ଯାଇଥିଲେ । ମାତ୍ର ଘରଠୁ ୨୦୦ ମିଟର ମାଛ ମାର୍କେଟ ଥିବା ବେଳେ ଘରୁ ବାଇକ ଧରି ମାଛ କିଣିବାକୁ ଆସିଥିଲେ । ଉକ୍ତ ବାଇକ ଚାଳକ ଜଣଙ୍କ ପୋଲିସ ହାବୁଡରେ ପଡିବା ପରେ ବିଭିନ୍ନ ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ହାବୁଡରୁ ଖସିପାରି ନ ଥିଲେ । ପୋଲିସ ମାଛ ମାର୍କେଟ ପାଖରେ ଘର ଜାଣିବା ପରେ ବ୍ୟକ୍ତିଙ୍କଠାରୁ ୫୦୦ଶହ ଟଙ୍କା ଜୋରିମାନା କାଟିଥିଲେ । ମାତ୍ର ଶହେ ଟଙ୍କାର ମାଛ କିଣି ବ୍ୟକ୍ତିଙ୍କୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡିଥିଲା । ୧୦୦ଟଙ୍କାର ମାଛ ପାଇଁ ୫୦୦ଟଙ୍କା ଜୋରିମାନା ଗଣିଲେ ବାଇକ ଚାଳକ । ତେବେ ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଘଡିସଂନ୍ଧି ମୂହୂର୍ତ୍ତ । ଆଗାମୀ ୧୦ରୁ ୧୨ ଦିନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । କିନ୍ତୁ କିଛି ଅମାନିଆ ଏଭଳି ନିୟମ ଉଲଙ୍ଘନ କରୁଥିବା ବେଳେ ପୋଲିସ ସେମାନଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରୁଛି ।