ଆତଙ୍କୀ ହମଲାରେ ଭାରତର ପଦକ୍ଷେପ, ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁ ବାଦ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ଭାରତ ଏବେ ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁ ବାଦ୍‌ ଦେଇଛି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ସୂଚନା ଦେଇଛନ୍ତି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। । ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଯେତେବେଳେ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶୀ ମନ୍ତ୍ରାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି।
ସେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ଦାବିଦାର ଲୋକମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଏଥିଲାଗି ସୈନ୍ୟବାହିନୀକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଭାରତ କେବେ ବି ଏଭଳି ଘଟଣାକୁ ବରଦାସ୍ତ କରିବ ନାହିଁ ।