ମୁମ୍ବାଇ: ଆଜି ଏଣ୍ଟ୍ରି ମାରୁଛି ଏ ବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ପୁଣି ଥରେ ସୁପରଷ୍ଟାର ସଲମାନ ଖାନ୍ ଲୋକପ୍ରିୟ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆସୁଛନ୍ତି।
‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି। ସଲମାନ୍ ଖାନ୍, ଅରବାଜ୍ ଖାନ୍ ଏବଂ ନିଖିଲ ଦ୍ବିବେଦୀ ଏହାର ପ୍ରଯୋଜନା କରିଥିବା ବେଳେ ପ୍ରଭୁ ଦେବା ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି।