(ପ୍ରିୟଦର୍ଶନୀ ସ୍ୱାଇଁ /ମୁମ୍ବାଇ): ଆଜି ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ତେଜାଙ୍କର ୩୪ତମ ଜନ୍ମଦିନ। ରାମ ଚରଣ ୧୯୮୫ ମସିହା ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ ମସିହା ଚିରୁଥା ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଚରଣ ତେଜା ସାଉଥ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିନ୍ତୁ ସେ ହିନ୍ଦୀ ସିନେମା ଜଗତରେ ତାଙ୍କର ବିଶେଷ କିଛି କମାଲ ଦେଖାଇପାରିନଥିଲେ । ଅମିତାଭ ଷ୍ଟାରରେ ୭୦ତମ ବଲିଉଡ ଫିଲ୍ମ ‘ଜାନଜିର’ରେ ରାମ ଚରଣ ପ୍ରିୟଙ୍କା ଚୋପ୍ରାଙ୍କ ସହ ମୁଖ୍ୟ ଭୂମିକାରେ ଏଣ୍ଟ୍ରି କରିଥିଲେ। ବଲିଉଡରେ ରାମ ଚରଣ ତେଜାଙ୍କ ଡେବ୍ୟୁ ପରେ ତାଙ୍କ ପିତା ଚିରଞ୍ଜୀବୀ କହିଥିଲେ, ମୁଁ ଯେଉଁ ଅଭିନେତାଙ୍କର ଫ୍ୟାନ୍ ଅଛି ତାଙ୍କରି ଫିଲ୍ମ ରିମେକରେ ମୋ ପୁ୍ଅ ଅଭିନୟ ଆରମ୍ଭ କରିଥିବାରୁ ବହୁତ ଖୁସି ଅଛି।