(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଭିନ୍ନ ଅର୍ଡିନାଂସ୍କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିପାରେ । ଏହାସହ କୃଷି, ସ୍ୱାସ୍ଥ୍ୟ, ଅର୍ଥ, ଶକ୍ତି, ପୂର୍ତ୍ତ, ରାଜସ୍ୱ ଭଳି ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିପାରେ । ଆଜି ଦିନ ୧୧ଟା ୪୫ ମିନିଟ୍ରୁ ଭିଡିଓ କନ୍ଫରେସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ରୁଛନ୍ତିି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରୁଛି । ଏଥିସହ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ତେବେ ୫ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପରେ ବସୁଥିବା ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି । ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ମାତ୍ରାରେ ପୂରଣ ହୋଇଛି ।