ଆଜି ଠାରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ କାଲୁକା କଳା ମହୋତ୍ସବ ରେ ଗଣ ଦୈାଡ

(ଜୟନ୍ତ କୁମାର ସେଠୀ / ଗୋପ) : ଆଉ କିଛି ସମୟ ପରେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ କାଲୁକା କଳା ମହୋତ୍ସବ। ଏହାକୁ ସୁନ୍ଦର କରିବାକୁ କୋଣାର୍କରେ ବସନ୍ତ ମଞ୍ଜୁରୀ ପାଠାଗାର ଓ ଓଡିଶା ପର୍ୟ୍ୟଟନ ପକ୍ଷରୁ କୋଣାର୍କ ସୂର୍ୟ୍ୟ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଗଣ ଦୈାଡ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଗଣ ଦୈାଡଟି କୋଣାର୍କ ସୂର୍ୟ୍ୟ ମନ୍ଦିର ସମ୍ମୁଖରୁ ବାହାରି ଚନ୍ଦ୍ରଭାଗା ରେ ପହଞ୍ଚିଥିଲା ସେଠାରେ ପ୍ରତିଯୋଗି ପିଲାମାନଙ୍କୁ ପ୍ରଥମ,ଦ୍ୱିତୀୟ, ତୃତୀୟ ସ୍ଥାନରେ ପୁରସ୍କୃତ କରାଯାଇଥିଲା।