ଆଜି ଆରମ୍ଭ ହେବ ରାଇବଣିଆ ଲୋକ ମହୋତ୍ସବ

(ଅଜିତ ସାହୁ)ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତିଗଡ ହେଲିପ୍ୟାଡ ପଡ଼ିଆରେ ଆଜି ଶୁଭାରମ୍ଭ ହେବାକୁ ଯାଉଛି ରାଇବଣିଆ ଲୋକ ମହୋତ୍ସବ । ଏହି ମହୋତ୍ସଵରେ ରାଇବଣିଆ ଗଡର ସ୍ମୃତି ସ୍ଥାନ ପାଇଥିବା ବେଳେ, ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଅଗ୍ରାଧିକାର ଦିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଉକ୍ତ ମହୋତ୍ସଵ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ସହିତ ସିନେମା ତାରକା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ସିମାନ୍ତ ରେ ହେଉଥିବା ମୋହତ୍ସଵ ରେ ରାଜ୍ୟ, ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସ୍ଥାନିତ ହେବା ସହିତ , ରାଜ୍ୟ ଓ କେନ୍ଦ୍ରର ନେତୃମଣ୍ଡଳୀନ୍କ ଉପସ୍ଥିତି ଓ ବକ୍ତବ୍ୟ ଅନ୍ୟତମ ଆକର୍ଷଣ ହେବ । ସୁନ୍ଦର ତୋରଣ ସାଙ୍ଗକୁ ଚିକ ମିକ ରଙ୍ଗୀନ ଆଲୁଅ, ବିଭିନ୍ନ ଘରୋଇ ଉପକରଣ ପାଇଁ ଷ୍ଟଲ, ପିଲାଙ୍କ ପାଇଁ ମିନାବଜାର, ନାଗର ଦୋଳି, ମରଣ କୂଅ ଆଦି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ ସ୍ଥାନୀୟ ଜନ ସାଧାରଣ, ପ୍ରସାସନ, ପ୍ରଶାସକ, ପୋଲିସ ଓ ଭଲିଉଣ୍ଟର ମାନଙ୍କ ସହଯୋଗ ଲୋଡି କାର୍ୟ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରିଛନ୍ତି।