ଆଚରଣ ବିଧି ଉଲଘଂନ କଲେ ସମ୍ବିତ ପାତ୍ର

( ଭୁବନେଶ୍ୱର / ରିପୋର୍ଟସଟୁଡେ): ପୁରୀରେ ବିଜେପିର ଲୋକୋସଭା ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆସିଛି। ସେ ନିର୍ବାଚନ ରାଲିରେ ପ୍ରଭୂ ଜଗନ୍ନାଥଙ୍କ ମୂର୍ତି ବ୍ୟବହାର କରିବାକୁ ନେଇ ଏହି ଅଭିଯୋଗ ଆସିଛି। ଏହାକୁ ବିରୋଧ କରିଛନ୍ତି ବରିଷ୍ଠ ଦଇତାପତି ରାମ ଦାସ ମହାପାତ୍ର । ଯେଭଳି ଭାବେ ଜୋତା ଚପଲ ପିନ୍ଧି ମହାପ୍ରଭୁଙ୍କ ମୂର୍ତି ଧରି ନିର୍ବାଚନ ପ୍ରଚାର ସମ୍ବିତ କରିଛନ୍ତି ତାହା ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଥିବା ବରିଷ୍ଠ ଦଇତାପତି ଅଭିଯୋଗ କରିଛନ୍ତି। ଗତକାଲି ସମ୍ବିତ ପୁରୀ ର ଉତ୍ତରା ଛକ ରୁ ସାକ୍ଷୀ ଗୋପାଳ ଯାଏ ରାଳିରେ ଜଗନ୍ନାଥ ମୂର୍ତି ଧରି ରାଲି କରିଥିଲେ। ଅନ୍ୟପଟେ ପୁରୀ ବିଜେଡି ମଧ୍ୟ ଏହି ଘଟଣାକୁ ଦୃଢ଼ ବିରୋଧ କରିଛି। ତୁରନ୍ତ ସମ୍ବିତ କ୍ଷମା ମାଗିବା ସହ ତାଙ୍କୁ ପୋଲିସ ଗିରଫ କରୂ ବୋଲୀ ବିଜେଡି ଦାବି କରିଛି। ଏ ନେଇ ଏକ ଏତଲା ଦିଆଯିବ ବୋଲୀ ପୁରୀ ବିଜେଡି କହିଛି।