ଆକାଶ ପାଠକଙ୍କୁ ଜେରା କରିବେ ଇଡି

(ଭୁବନେଶ୍ୱର) : ଟାଟାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଯାହାକୁ ନେଇ ଆଜି ଝାରପଡା ଜେଲରେ ଇଡିର ୩ ଜଣିଆ ଟିମ ଜେରା କରିବେ । ଏନେଇ ଜିଲ୍ଲା ଦୌରାଜଜ ସୂଚନା ଦେଇଛନ୍ତି ।
ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶ ପାଠକଙ୍କର ମଧ୍ୟ କଳା ଚିଠା ପଦାକୁ ଆସିଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଗତ ଜୁନ୍ ମାସରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପାଠକ ବାପ-ପୁଅଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍ରୁ ମୁକୁଳି ସାରିଛନ୍ତି ।