ଆଇସିୟୁରେ ମହିଳାଙ୍କୁ ଦୁଷ୍କର୍ମ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ହସ୍ପିଟାଲ ଆଇସିୟୁରେ ଗଣ ଦୁଷ୍କର୍ମ । ଏପରି ଅଭିଯୋଗ ଆସିଛି ଉତ୍ତରପ୍ରାଦଶର ମେରଠସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତା ଜଣେ ମହିଳାଙ୍କ ଠାରୁ ।ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ହସ୍ପିଟାଲରେ ଯକୃତ ରୋଗରେ ପୀଡିତା ଜଣେ ମହିଳା ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଉକ୍ତ ହସ୍ପିଟାଲରେ ତାଙ୍କ ସହ ହସ୍ପିଟାଲର ୩ ଜଣ କର୍ମଚାରୀ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ଅଭିଯୋଗକାରିଣୀ ଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ୩ ଅଭିଯୁକ୍ତଙ୍କ ସମେତ ଜଣେ ନର୍ସଙ୍କୁ ଗିରଫ କରାଯାଇଛି ।ତଦନ୍ତ ସମୟରେ ପୁଲିସ ଦୃଷ୍ଟିକୁ ଆସିଥିଲା କି, ନର୍ସ ଉକ୍ତ ମହିଳାଙ୍କୁ କିଛି ନିଶା ଦ୍ରବ୍ୟ ପିଇବାକୁ ଦେଇଥିଲେ । ଫଳରେ ମହିଳାଙ୍କୁ ନିଦ ହୋଇଯାଇଥିଲା । ଏହାପରେ ୩ ଅଭିଯୁକ୍ତ ତାଙ୍କୁ ସହ ଦୁଷ୍କର୍ମ କରିଥିଲେ ।