(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଗତକାଲି ସକାଳେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ ପଞ୍ଚାୟତର କାଳିଝାଟି ଗଁ।ରୁ ୧୫ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। କୁଲଡିହା ଅଭୟାରଣ୍ୟରୁ ସାପଟି ଗଁ।କୁ ପଳେଇ ଆସିଥିଲା । ସାପଟିକୁ ଦେଖି ସ୍ଥାନୀୟ ଲୋକ ଭୟବିତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। କର୍ମଚାରୀମାନେ ସାପର ଚିକିତ୍ସା କରାଇବା ପରେ ତାକୁ କୁଲଡିହା ଅଭରଣ୍ୟରେ ଛାଡିଦେଇଥିବା ସୂଚନା ମିଳିଛି।