ଅଷ୍ଟମ ଫକୀର ମୋହନ ପଟ୍ଟନାୟକ ସୁରତା ଉତ୍ସଵ

(ଚିତରଞ୍ଜନ ସାହୁ / ବରଗଡ) : ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାର ଓ ନୁପୁର କ୍ଲବ ବରପାଲିର ମିଳିତ ଆନୁକୂଲ୍ୟରେ ଅଷ୍ଟମ ଫକୀର ମୋହନ ପଟ୍ଟନାୟକ ସୁରତା ଉଚ୍ଛବ ବରଗଡ ନିର୍ବାଚନ ମଣ୍ଡଳୀ ଜଗବନ୍ଧୁ ଦାଶ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଉଦ୍ୟୋକ୍ତା ପରମାନନ୍ଦ ସ୍ବାଇଁ ଙ୍କ ଦ୍ଵାରା ସଭା ପରିଚାଳନା ହୋଇଥିଲା । ଉଚ୍ଛବରେ ମୁଖ୍ୟାତିଥିଭାବରେ ବିଜେପୁର ବିଧାୟିକା ରୀତା ସାହୁ,ସମ୍ମାନିତ ଅତିଥିଭାବରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ବରଗଡ଼ ଶ୍ରୀମତୀ କଲ୍ୟାଣୀ ଦାଶ,ସଂକୃତି ବିଶେଷଜ୍ଞ,ସମାଜସେବୀ ତଥା ସମ୍ବଲପୁର ଲୋକ ମହୋତ୍ସବର ଉଦ୍ୟୋକ୍ତା ଶ୍ରୀଯୁକ୍ତ ସପନ ମିଶ୍ର, ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ,ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ ମେହେର ଯୋଗଦେଇ ସାମୁହିକ ଭାବରେ ସ୍ଵର୍ଗତ ବିଶିଷ୍ଠ ସଂଗୀତଜ୍ଞ ତଥା ସଙ୍ଗୀତକାର ଫକୀରମୋହନ ପଟ୍ଟନାୟକ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଵଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍ସବରେ ଫକୀର ମୋହଙ୍କ କାର୍ୟ୍ୟକାଳ ଓ ସଙ୍ଗୀତ ମାଧ୍ୟମରେ ଭାଷାର ପ୍ରଚାର ପ୍ରଶାର ପ୍ରତି ତାଙ୍କର ଉଲଗୁନା ରହିଥିଲା ବୋଲି ମତବ୍ୟକ୍ତ କରିଥିଲେ । କ୍ଲବର ସଭାପତି ସଂଗ୍ରାମ କେଶରୀ ସିଂହଙ୍କ ଦ୍ଵାରା ଅତିଥିମାନଙ୍କ ଦ୍ବାରା ଅତିଥି ପରିଚୟପ୍ରଦାନ ହୋଇଥିବାବେଳେ କ୍ଲବର ବରିଷ୍ଠ ସଭ୍ୟ ଅଜିତ ଛତ୍ରିଆ ସୂଚନା ପ୍ରଦାନ କରିଥିଲେ । ଏହିଅବସରରେ ବିଶିଷ୍ଠ କଳାକାର ଦୁର୍ଗା ଦାଶ ଓ ସୁଶିଳା ନାୟରଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଅନୁଷ୍ଠାନର କଳାକାର ବିଶିଷ୍ଠ କଣ୍ଠ ଶିଳ୍ପୀ ଗଗନ ବାଗ,ଜଗତ ଗରଡ଼ିଆ,ବୁଲୁପଣ୍ଡା,ପଦ୍ମିନୀ ଦୋରା ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ଓ ସମ୍ବଲପୁରୀ ଲୋକ ନୃତ୍ୟ ଶୁଭମ ଭବାନୀପାଟଣା,ଓ ରଙ୍ଗ ଫରୁଆ,ସମ୍ବଲପୁର ନୂର୍ଦେଶକ ଦୁର୍ଗା ଦାଶ ଙ୍କ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଶୋକ କୁମାର ପଣ୍ଡା ଉଦଘୋଷକ ରହିଥିବା ବେଳେ କ୍ଲବର ସଭ୍ୟ ବାଲକିଶୋର ଖଡାଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।