(ନୂଆଦିଲ୍ଲୀ) ; ଡିଜିଟାଲ ଟ୍ରାଞ୍ଜାକ୍ସନକୁ ନେଇ ଚାଲିଛି ସାଇବର କ୍ରାଇମ । । ଆଉ ହ୍ୟାକର୍ସ ମାନେ ନୂଆ ନୂଆ ଉପାୟରେ ଠକେଇ କରୁଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କ ସୂଚନା ଜୁଟାଇ ଆକାଉଣ୍ଟରେ କଳକନା ବୁଲାଉଛନ୍ତି । ଆଉ ଏହି ଲୁଟର ଶିକାର ସବୁ ବର୍ଗର ଲୋକେ ହେଉଛନ୍ତି । ଲୋକେ କିଛି ବୁଝିବା ଆଗରୁ ଖାଲି ହୋଇଯାଉଛି ଆକାଉଣ୍ଟ । ଏଥିଲାଗି ହ୍ୟାକର୍ସ ଯେଉଁ ସବୁ ଉପାୟ ଅବଲମ୍ବନ କରୁଛନ୍ତି ସେଥିରୁ ହ୍ୱାଟସ୍ ଆପ ମ୍ୟାସେଜ୍ରେ ଲିଙ୍କ ପଠାଇ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ଅନ୍ୟତମ। ହ୍ୟାକର୍ସ ଏବେ ଅମୂଲ ନାମରେ ଲୋକଙ୍କୁ ଲୁଟିବା ପାଇଁ ନୂଆ ଚାଲ ଚଳାଇଥିବା ଜଣାପଡିଛି। ଏଥିରେ ହ୍ୟାକର ଅମୂଲଙ୍କ ପକ୍ଷରୁ ମାସିକ ୬ ହଜାର ଟଙ୍କା ଆୟର ଲୋଭନୀୟ ଅଫର ଦେଉଛନ୍ତି। ଯଦି ଆପଣଙ୍କୁ ଏମିତି ମ୍ୟାସେଜ୍ ମିଳିଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। ଅମୂଲ ନାମରେ ପଠା ଯାଉଥିବା ଏହି ଲିଙ୍କରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟରରେ ଏକ ନୂଆ ବ୍ରାଉଜର ଖୋଲି ଯାଉଛି। ଏହି ପେଜ୍ ଶୀର୍ଷରେ ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷକ ଅବସରରେ ଆପଣଙ୍କ ଲାଗି ସରପ୍ରାଇଜ ଅଫର ଦେଖିବାକୁ ମିଳୁଛି। କିଛି ପ୍ରଶ୍ନ ଓ ପରେ ବାକ୍ସରେ କ୍ଲିକ୍ କରି ଉପହାର ଜିତିବାର ସୁଯୋଗ ଆଦି ଦେଖା ଯାଉଛି। ଏହା ପରେ ଆପଣ ମ୍ୟାସେଜ୍ ୫ଟି ହ୍ୱାଟସଆପ ଗ୍ରୁପ ଅଥବା ୨୦ ଜଣଙ୍କ ହ୍ୱାଟସ୍ ଆପରେ ସେୟାର କରିବାକୁ କୁହାଯାଉଛି।ତେବେ ନିଜେ ଅମୂଲ ଏପରି କିଛି କ୍ୟାମ୍ପେନ ଚଳାଇ ନଥିବା ତାଙ୍କ ଟ୍ୱିଟ୍ରେ ସୂଚିତ କରିଛନ୍ତି। ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ କେହି ଏପରି ଚାଲ ଚଳାଇଥାଇପାରେ ବୋଲି କୁହାଯାଇଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଅମୂଲ କମ୍ପାନୀ , ଏବଂ ଏହାକୁ ବିଶ୍ୱାସ ନକରିବା ପାଇଁ ମଧ୍ୟ । । ଏହା ଏକ ସ୍ପାମ ଲିଙ୍କ ଏଥିରେ କ୍ଲିକ୍ ନ କରିବା ଲାଗି ଅମୂଲ ସତର୍କ କରାଇଛନ୍ତି। ହୁଏତ ହ୍ୟାକର୍ସ ଏପରି ସ୍ପାମ ମାଧ୍ୟମରେ ୟୁଜରଙ୍କ ଫୋନରୁ ବ୍ୟାଙ୍କ ଆକାଉଣ୍ଟ ବାବଦ ତଥ୍ୟ ଚୋରି କରି ଠକେଇ କରିପାରନ୍ତି ବୋଲି ସତର୍କ କରାଇଛନ୍ତି।ଏ ସମ୍ପର୍କରେ ଅମୂଲ ଜାଣିବା ପରେ ଲିଙ୍କର ଯାଞ୍ଚ କରାଇଛନ୍ତି। ଯଦି କାହା ହ୍ୱାଟସ୍ ଏପ୍ରେ ଏପରି କୌଣସି ମ୍ୟାସେଜ୍ ଆସିଥାଏ ତେବେ ତୁରନ୍ତ ଏହାକୁ ରିପୋର୍ଟ କରନ୍ତୁ ଅଥବା ବ୍ଲକ୍ କରନ୍ତୁ ବୋଲି କୁହାଯାଇଛି।