ଅମାନିଆ ଗାଡି ଚାଳକ ସାବଧାନ,ବାହାନା କଲେ କାର୍ଯାନୁଷ୍ଠାନ ଗ୍ରହଣ କରୁଛି ପୋଲିସ

(ରିପୋଟର୍ସ ଟୁଡେ): ଅମାନିଆ ଗାଡି ଚାଳକଙ୍କ ପ୍ରତି କମିଶନରଟେ ପୋଲିସର କଠୋର ପଦକ୍ଷେପ ଗ୍ରହଣ କରିଛି । ବିନା କାରଣରେ ଗାଡି ଧରି ବାହାରକୁ ଆସିଲେ ଗାଡି ଚାଳକ ପ୍ରତି ପୋଲିସ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ ରାଜଧାନୀର ଛକ ଛକରେ ଜଗିଛି ପୋଲିସ । କୋରନା ଭାଇରସକୁ ରୋକିବା ପାଇଁ ସରକାର ଲକଡାଉନର ବ୍ୟବସ୍ଥା କରିଛନ୍ତି । ଅତ୍ୟାବଶ୍ୟକ ଜିନିଷକୁ ଛାଡିଦେଲେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବାହାରକୁ ନ ଆସିବା ପାଇଁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହାସହ ଅତ୍ୟାବଶ୍ୟକ ଜିନିଷ ନେବାକୁ ଆସୁଥିଲେ ମୁହଁରେ ମାସ୍କ ପିନ୍ଧି ବାହାରକୁ ଆସିବା ସହ ସାମାଜିକ ଦୁରୋତ୍ୱ ଅବଲମ୍ବନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । କିନ୍ତୁ ଖୋଦ ରାଜଧାନୀ ଭୁବନେଶ୍ୱରରେ ଅନେକ ଗାଡି ଚାଳକ ବାହାନା କରି ପରିବା ଓ ଓøଷଧ କିଣିବା ନାଁରେ ଅମାନିଆ ହୋଇ ବାହାରେ ବୁୁଲୁ ଥିବାରୁ କମିଶନରେଟ ପୋଲିସ ସେମାନଙ୍କ ପ୍ରତି ଦୃଢ କାର୍ଯାନୁଷ୍ଠାନ ନେବା ସହ ଜୋରୀମାନା ମଧ୍ୟ ଆଦାୟ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ କୋରୋନା ଭାଇରସକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ଅସାବଧାନତା ଯୋଗୁଁ ପ୍ରତିଦିନ କୋରୋନା ପଜିଟିଭ ଚିହ୍ନଟ ହେଉଛି । ରାଜଧାନୀ ଭୁବନେଶ୍ୱରରେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଓ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛନ୍ତି ।