(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନିଜ ବାସଭବନରେ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚୀବ ଓ ଡିଜିପିଙ୍କ ସହ କୋରୋନା ସ୍ଥିତି ଓ ଆଗାମୀ ମୁକାବିଲା ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଏହା ସହ କୋରୋନା ଯୋଦ୍ଧାଙ୍କୁ ମଧ୍ୟ ସାବସୀ ଜଣାଇଛନ୍ତି । ସେହିଭଳି ଅତ୍ୟାବଶ୍ୟକ ଜିନିଷ ପରିବହନରେ ଯେଭଳି କୌଣସି ବାଧା ନ ହୁଏ ସେ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତି । ବିଶେଷ କରି କୃଷି ଜାତ ଦ୍ରବ୍ୟର ପରିବହନ କିଭଳି ସୁରୁଖୁରୁରେ ହୋଇପାରିବ ତାହା କହିଛନ୍ତି । ଏହା ସହ ଘରୋଇ ହିଂସା ଉପରେ କଡା ନଜର ରଖିବା ଓ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବା ପାଇଁ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଡିଜିପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।