ଅଭିଯୁକ୍ତକୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଆଦର୍ଶ ରାଉତ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲା । ୭ ଦିନିଆ ରିମାଣ୍ଡରେ ଆଣି ୫ ଅଭିଯୁକ୍ତ କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ଵରରୁ କଟକକୁ ଆଣି ଜେରା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ । ଏହି ସ୍ପେଶାଲ ଟିମରେ ଅଛନ୍ତି ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ଏବଂ ସବଇନ୍ସପେକ୍ଟର । ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ଲେନ ଦେନ କରୁଥିଲେ , ତାଙ୍କ ସମ୍ପର୍କୀୟ ସହ ଲିଙ୍କ୍ ଅଛି କି ନାହିଁ ଟଙ୍କା ଟ୍ରାଞ୍ଜେକ୍ସନ ହୋଇଛି କି ନାହିଁ ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେଇ ପଚରାଉଚରା କରାଯାଇପାରେ ।

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ କିଛି ଦିନ ତଳେ ପୋଲିସ ୪ଜଣ ଗିରଫ ହୋଇଥିଲେ । ଏହାପରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ୪ ଜଣ ହେଲେ ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର, ବାଲେଶ୍ଵର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ। ଏହି ୪ ଅଭିଯୁକ୍ତ ଓଞଜର ୩ ନମ୍ବର ଲଞ୍ଚ ପ୍ୟାଡ୍ ରେ କାମ କରୁଥିଲେ। ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର ଏସି ଅପରେଟର୍ ଭାବେ କାମ କରନ୍ତି।