ଅବ୍ୟବସ୍ଥା ଘେରରେ ଧନସୁଲି ପ୍ରାଥମିକ ଚିକିତ୍ସାଳୟ

(ଗୋଲାପ ସାହୁ) କଳାହାଣ୍ଡି: ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠପ । ପାଣିରେ ପଡ଼ୁଛି ସରକାରଙ୍କ ହଜାର ହଜାର ଟଙ୍କା । ବାଟବଣା ହେଉଛି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଜନା । ସରକାର ପ୍ରତି ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦରେ ପ୍ରକଳ୍ପ ଉପରେ ପ୍ରକଳ୍ପ କରିଚାଲିଛନ୍ତି। କିନ୍ତୁ ତାକୁ ସରକାରୀ କର୍ମଚାରୀ କାର୍ଯ୍ୟକାରି କରିବା ପରିବର୍ତ୍ତେ ଭୁଲିଯାଇଛନ୍ତି ନିଜର କର୍ତ୍ତବ୍ୟ।ଯୋଜନା କୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ସରକାର ଙ୍କ ଗୁମର ଫିଟିଛି।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଧନସୁଳି ଗ୍ରାମ ଠାରେ ୨୦୦୧ ରୁ ସ୍ଥାପିତ ହୋଇଛି ପ୍ରାଥମିକ ଚିକିତ୍ସାଳୟ।୨୦୦୧ ରେ ଏହାକୁ ଏକ ଏନଜିଓ ଦାଇତ୍ଵ ନେଇ ଚାଳାଇଥିଲା।କିନ୍ତୁ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଦେଖାଗଲା।ରୋଗୀ ସେବାରେ ଅବହେଳା କରିବା ସହ ମମତା ଯୋଜନା ଟଙ୍କା ହଡପ ଠାରୁ ଆରମ୍ଭ କରି ମାଗଣା ଔଷଧ କୁ ମଧ୍ୟ ବିକ୍ରି କରିବାକୁ ପଛେଇଲା ନାହିଁ।ଏହି କାରଣରୁ ଅଞ୍ଚଳବାସୀ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ଏନଜିଓ କୁ ହଟାଇ ୨୦୧୯ଠାରୁ ସରକାରୀ କର୍ମଚାରୀ ଙ୍କୁ ଦାଇତ୍ଵ ଦେଇଥିଲା। ଚିକିତ୍ସାଳୟରେ ମାତ୍ର ଦୁଇ ଜଣ କର୍ମଚାରୀ।ଜଣେ ଫାର୍ମାସିଷ୍ଟ ଓ ଜଣେ ଏଟେଣ୍ଡେଣ୍ଟ। କିନ୍ତୁ କାର୍ୟ୍ୟ ଶୂନ।ଚିକିତ୍ସାଳୟରେ ନିଯୁକ୍ତ ଫାର୍ମାସିଷ୍ଟ ପ୍ରକାଶଚନ୍ଦ୍ର ପଣ୍ଡା ନିୟମିତ ଭାବେ ଆସୁନଥିବା ବେଳେ ସପ୍ତାହ ମଧ୍ୟରେ କେବଳ ଦୁଇ ରୁ ତିନିଦିନ ଆସି ଚିକିତ୍ସାଳୟକୁ ଘଣ୍ଟେ ଦୁଇ ଘଣ୍ଟା ଖୋଲି ବନ୍ଦ କରିଦିଅନ୍ତି।ଯାହାଫଳରେ ରୋଗୀ ଉପଯୁକ୍ତ ସେବା ନପାଇ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ୟ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ କୋଣସି ପଦକ୍ଷେପ ନିଆଯାଇନାହିଁ।କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନାକରୁଣ୍ଡି ଓ ଲାଞ୍ଜିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବେନଗାଁ ପ୍ରାଥମିକ ଚିକିତ୍ସାଳୟ କୁ ଟେଣ୍ଡର ଯୋଗେ ଏନଜିଓ କୁ ହସ୍ତାନ୍ତର କରିଥିଲେ ହେ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଧନସୁଲି ପ୍ରାଥମିକ ଚିକିତ୍ସାଳୟକୁ କାହିଁକି ବର୍ଷେ ହେଲା ଲୋକଙ୍କ ନଜର ଆଡୁଆଳରେ ରଖାଯାଇଛି ଓ ସେଠି କେଉଁ ରହସ୍ୟ ଲୁଚି ରହିଛି ତାହା ଦେଖିବାକୁ ବାକି ରହିଛି।