ଅବକାରୀ ବିଭାଗ ତରଫରୁ ଚଢ଼ାଉ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ମୟୂରଭଞ୍ଜ ଜିଲା, ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମରୁ ବୁଧବାର ସକାଳେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ଖୋଳ, ସ୍ପିରିଟ, ଥିନର ଓ ଅନ୍ୟାନ୍ୟ ମଦ ତିଆରି ସାମଗ୍ରୀ ତଥା ଉପକରଣ ଜବତ କରିଛି। ଗ୍ରାମର ସୁନୀଲ ପୃଷ୍ଟି ଓ ସୁବାସ ପୃଷ୍ଟିଙ୍କ ଘରେ କେହି ନଥିବା ବେଳେ ତାଲା ପଡ଼ିଥିଲା । ସେଠାରେ ନକଲି ମଦ ତିଆରି ହେଉଥିବା ନେଇ ଜିଲା ଅବକାରୀ ଅଧୀକ୍ଷକ ବିଶସ୍ଥ ସୁତ୍ରରୁ ଖବର ପାଇ ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗୃହକର୍ତ୍ତା ଦୁଇ ଭାଇଙ୍କ ସମେତ ପରିବାର ସଦସ୍ୟ ଫେରାର ଅଛନ୍ତି । ସେମାନଙ୍କ ଘର ନିକଟ ଏକ ଖତଖାଲରୁ ୫କି.ଗ୍ରା ଗଞ୍ଜେଇ ମଧ୍ୟ ଜବତ ହୋଇଛ। ଜବତ ସାମଗ୍ରୀ ବେତନଟୀ ଅବକାରୀ କାର୍ୟ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଜାରି ରହିଛି। ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ ଆକଳନ କରିଛି ।