ଅନଶନରେ ବସି ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇଯିବାରୁ ପୁଞ୍ଜିଲାଲକୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଇଲେ ଜେଲ କର୍ତ୍ତୃପକ୍ଷ

ବଲାଙ୍ଗୀର:- ଡାକ୍ତରଖାନାରେ ଭର୍ତ୍ତି ହେଲା ପାଟଣାଗଡ଼ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତ ୨୪ତାରିଖ ସଂଧ୍ୟାରେ ପୁଞ୍ଜିଲାଲର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇଯିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି । ପୁଞ୍ଜିଲାଲ ପୂର୍ବରୁ ଚାକିରି କରୁଥିବା ଭଇଁଷା କଲେଜର ବିଭିନ୍ନ କାଗଜପତ୍ର  ମାଗିଥିଲା । ହେଲେ ତାହା ମିଳୁନଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଗତ ୨୧ତାରିଖରୁ ଅନଶନରେ ବସିଥିଲା । ଏପରିକି ସେ କ୍ରମାଗତ ଖାଇବା ପିଇବା ଛାଡ଼ି ଧାରଣା ଦେଇଥିବାରୁ ଗୁରୁତର ହୋଇପଡିଥିଲା । ତେଣୁ କଡ଼ା ସୁରକ୍ଷାବଳୟ ଭିତରେ ତାକୁ ହସ୍ପିଟାଲ ନିଆଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।