(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ସଂକ୍ରମଣ ବଢୁଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାକ୍ୁ ସଂକ୍ରମିତ ହେଉଛି କୋରୋନା ଭୂତାଣୁ । ଆଜି ପୁଣି ରାଜ୍ୟରେ ଏକାଥରକେ ୫୮ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ସେଥିରେ ଅନୁଗୁଳ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସୁରତ ଫେରନ୍ତା ଥିବା ବେଳେ ମହାରାଷ୍ଟ୍ରରୁ ଜଣେ ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବତର୍୍ମାନ ରାଜ୍ୟରେ ଚିହ୍ନଟ ୩୫୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୮୧ ଆକ୍ଟିଭ କେସ ରହିଥିବା ବେଳେ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ରବିବାର ୫୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯, ବାଲେଶ୍ୱରରୁ ୧୫, ଅନଗୁଳ ଜିଲ୍ଲାରୁ ୧୩ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।